ରଥଯାତ୍ରା କହିଲେ ଶ୍ରୀ ଜଗନ୍ନାଥଙ୍କୁ ହିଁ ବୁଝାଏ । ଜନସମାଗମ, ପବିତ୍ରତା ଓ ପରିପାଟୀ ଦୃଷ୍ଟିରେ ସାରା ପୃଥିବୀରେ ଏହା ଏକ ଅଦ୍ୱିତୀୟ ପର୍ବ । ଏହା କେଉଁ ପ୍ରାଚୀନ କାଳରୁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ଭାବରେ କହିବା କଷ୍ଟ । ଏକଦା ଏହି ପୂଣ୍ୟ ଭୂମିରେ ଭାରତରେ ସୈାର, ଶାକ୍ତ, ଶୈବ, ବୈଷ୍ଣବ, ବୈାଦ୍ଧ ପ୍ରଭୃତି ଧର୍ମ ସମ୍ପ୍ରଦାୟ ଆରାଧ୍ୟ ଦେବାଦେବୀଙ୍କ ଅର୍ଚ୍ଚନା ପାଇଁ ରଥ ନିର୍ମାଣ କରି ଏହି ଯାତ୍ରା ଆରମ୍ଭ କରିଥିଲେ କରାଯାଇଥିଲା ବୋଲି ପୁରାଣ ଓ ବହୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । କଠୋପନିଷଦରେ ସ୍ଥୂଳ ଶରୀରକୁ ରଥ ସହିତ ତୁଳନା କରାଯାଇଛି । ରଥର ଅସ୍ୱିତ୍ୱ ବହୁ ପୂର୍ବରୁ ପ୍ରଚଳିତ ହୋଇ ଆସୁନଥିଲେ ଉପନିଷେଦରେ ଏପରି ଉଲ୍ଲେଖ କରାଯାଇ ନଥାନ୍ତା ।
Kanak News is now on WhatsApp
Join and get latest news updates delivered to you via WhatsApp
ବେଦରେ ଅନେକ ପ୍ରକାରର ରଥ, ରଥରେ ଯୋଖାଯାଇଥିବା ପ୍ରାଣୀମାନଙ୍କର ନାମ ଏବଂ ରଥର ବିଭିନ୍ନ ଅଂଶ ବର୍ଣ୍ଣିତ ହୋଇଛି । ରାମାୟଣ ମହାଭାରତ ଯୁଗରେ ଯୋଦ୍ଧାମାନେ ରଥରେ ଚଢି ଯୁଦ୍ଧ କରୁଥିଲେ । ଯୁଦ୍ଧ ସମୟରେ ରଥର ଆବଶ୍ୟକତା ଅନେକ ପରିମାଣରେ ଅଧିକ ଥାଏ । ରାମାୟଣରୁ ଜଣାଯାଏ ଯେ ଲଙ୍କାର ରାଜା ରାବଣ ତାଙ୍କର ପୁଷ୍ପକ ବିମାନରେ ପୁଞ୍ଚବଟୀ ବନରୁ ସୀତାଙ୍କୁ ଚୋରାଇ ନେଇ ଦେଇଥିଲେ ଏବଂ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ସେଇ ବିମାନରେ ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିଆସିଥିଲେ । ମହାଭାରତ ଯୁଦ୍ଧରେ ରଥ ବହୁଳ ପରିମାଣରେ ବ୍ୟବହୃତ ହୋଇଥିବାର ଉଲ୍ଲେଖ ରହିଛି । କର୍ଣ୍ଣ, ଅର୍ଜୁନ, ଦ୍ରୋଣ ପ୍ରଭୃତି ରଥୀମାନେ ସ୍ୱ ସ୍ୱ ରଥରେ ଚଢି ଯୁଦ୍ଧ କରୁଥିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥର ସାରଥି ଥିଲେ । ରଥର ଉତ୍ପତ୍ତି ସମୟ ଯେ ବହୁ ପ୍ରାଚୀନ ଏଥିରେ ମତଦ୍ୱୈଧ ନାହିଁ ।
ରଥଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଗବେଶକ ତଥା ପ୍ରତ୍ନତତ୍ୱବିତମାନେ ବିଭିନ୍ନ ମତବାଦ ପୋଷଣ କରିଅଛନ୍ତି । ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତରେ ବୁଦ୍ଧଦେବଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ସର୍ବପ୍ରଥମେ ରଥଯାତ୍ରାର ପ୍ରଚଳନ କରାଯାଇଥିଲା । ଏଥିରୁ ହିଁ ଭାରତୀୟ ରଥଯାତ୍ରାର ଉତ୍ପତ୍ତି । ତାଙ୍କର ଯୁକ୍ତିହ ଫାହିୟାନଙ୍କ ବର୍ଣ୍ଣିତ ରଥଯାତ୍ରା ଉପରେ ଆଧାରିତ । ଫାହିୟାନ ଖୋତନ ରାଜ୍ୟରେ ଦେଖିଥିବା ରଥଯାତ୍ରା ବିଶଦ ଭାବରେ ବର୍ଣ୍ଣନା କରିଅଛନ୍ତି । ଚତୁର୍ଥ ମାସ ପ୍ରଥମ ସପ୍ତାହରେ ନଗରର ସମସ୍ତ ରାସ୍ତା ଧ୍ୱଜ ପତାକା ଦ୍ୱାରା ବିଭୂଷିତ ହୋଇଥାଏ । ରାଜପଥ ପରୁଷ୍କୃତ ଏବଂ ବିଭିନ୍ନ ପୁଷ୍ପ ଦ୍ୱାରା ସଜ୍ଜିତ । ରାଜାରାଣୀ ପାତ୍ରମନ୍ତ୍ରୀଙ୍କ ଲାଗି ରାଜପଥରେ ଗୋଟିଏ ସ୍ଥାନ ନିରୂପିତ କରାଯାଇଥାଏ । ରଥରେ ପ୍ରଥମେ ବୈଦ୍ଧଆଚାର୍ଯ୍ୟମାନଙ୍କର ତ୍ମୂର୍ତ୍ତି ସଜ୍ଜିତ ନଗରର ୩ ରୁ ୪ କିମି ଦୂରରେ ରଥ ପ୍ରସ୍ତୁତି ହୋଇ ରହିଥାଏ । ଚାରିଚକ ବିଶିଷ୍ଟ ରଥର ଉଚ୍ଚତା ୩୦ ଫୁଟ ଏବଂ ସପ୍ତ ମହାରତ୍ନ ସୁଶୋଭିତ ହୋଇ ମଧ୍ୟ ସ୍ଥଳରେ ମୂଳ ବିଗ୍ରହ, ଦୁଇ ପାଶ୍ୱର୍ରେ ସହଚର ରୂପେ ଦୁଇ ବୋଧିସତ୍ୱ ଅନୁତର ରୂପେ ନାନା ଦେବ ମୂର୍ତ୍ତି । ଏହି ସଜ୍ଜା ହୋଇଥିବା ରଥ ପ୍ରସାଦ ନିକଟରେ ପହଞ୍ଚିବା ମାତ୍ରେ ରାଜା ମୁକିଟ ଖୋଲି ନୂତନ ବସ୍ତ୍ର ପରିଧାନ କରି ଅବନତ ମସ୍ତକରେ ବୁଦ୍ଧଦେବଙ୍କୁ ଅର୍ଚ୍ଚନା କଲେ । ଏହି ସମୟରେ ପୂରାନାରୀଗଣ ପୁଷ୍ପ ବୃଷ୍ଟି କରି ପରିବେଶର ମହାନୀୟତା ବୃଦ୍ଧି କଲେ । ଏହି ମହୋତ୍ସବ ଚତୁର୍ଥ ମାସର ପ୍ରତିପଦଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ ।
ଏହି ପ୍ରକାର ବୈାଦ୍ଧ ରଥଯାତ୍ରା ପାଟଳିପୁତ୍ର ନାଗରୀରେ ମହାସମାରୋହରେ ପାଳିତ ହୁଏ ବୋଲି ଫାହିୟାନ୍ ତାଙ୍କ ବିବରଣୀରେ ଉଲ୍ଲେଖ ରହିଛି । ପ୍ରତି ବର୍ଷ ଦ୍ୱିତୀୟ ମାସର ଅଷ୍ଟମ ଦିବସରେ ଏହି ଉତ୍ସବ ପାଳିତ ହୁଏ । ନଗରର ଅଧିବାସୀମାନେ ବୁଦ୍ଧ ପ୍ରତିମାକୁ ରଥରେ ବସାଇ ମଗର ପରିକ୍ରମା କରନ୍ତି । ଚାରିଚକ ବିଶିଷ୍ଟ, ପଞ୍ଚଅର ଶୋଭିତ, ତ୍ରିଶୂଳାକାର ବାଇଶି ହାତ ଉଚ୍ଚ, ଧ୍ୱଜ ଦଣ୍ଡ ଶୋଭିତ ରଥ ଦେଖିବାକୁ ଠିକ୍ ମନ୍ଦିର ପରି । ବିଭି୍ନ୍ନ ରଙ୍ଗର ସୁଚିକ୍କଣ ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇ ଏଇ ପବିତ୍ର ରଥ ଜନମନ ଆକର୍ଷଣ କରିଥାଏ । ସ୍ୱର୍ଣ୍ଣ ରୈାପ୍ୟ ଅଳଙ୍କାର ବିମଣ୍ଡିତ ନାନା ଦେବ ମୂର୍ତ୍ତି ପରିଶୋଭିତ ହୋଇ ପ୍ରାୟ ୨୦ଟି ବୃହତ୍ତ ରଥ ନଗର ପରିକ୍ରମା ହୋଇଥାଏ । ଏହି ଉତ୍ସବରେ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକ ଯୋଗଦାନ କରି ଆନନ୍ଦ ଅନୁଭବ କରିଥାଆନ୍ତି । ବିଭିନ୍ନ ବାଦ୍ୟ ଯନ୍ତ୍ରର ଧ୍ୱନି ମଧ୍ୟରେ ରଥ ରାଜପଥରେ ଆଗେଇ ଚାଲିଥାଏ । ସାରା ରାତି ହେି ଉତ୍ସବ ପାଳନ କରାଯାଏ । ଏହି ରଥଯାତ୍ରାକୁ ଦେଖିବା ଲାଗି ଅନେକ ସ୍ଥାନରୁ ଲୋକମାନେ ଏଠାକୁ ଆସିଥାଆନ୍ତି ।
ପାଟଳିପୁତ୍ର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମ ତିଥି ଉପଲକ୍ଷେ ହୋଇଥାଏ ବୋଲି ଫାହିୟାନ ବର୍ଣ୍ଣନା କରିଅଛନ୍ତି ଯେ ଜଗନ୍ନାଥଙ୍କ ରଥଯାତ୍ରା ଏହି ଯାତ୍ରାର ଅନୁକରଣରେ ପାଳିତ ହେଉଛି । ତାଙ୍କର ଏହି ଯୁକ୍ତି ଗ୍ରହଣ ଯୋଗ୍ୟ ହୋଇନପାରେ । ବୁଦ୍ଧଙ୍କ ଜନ୍ମ ଦିନରେ ଏହି ଉତ୍ସବ ପାଳନ କରାଯାଏ ବୋଲି ଅନେକ ବୁଦ୍ଧଧର୍ମାଲମ୍ବିମାନେ କହନ୍ତି । ଏହାଛଡା ଫାୟିଆନ ବିବରଣୀରେ ମଧ୍ୟ କେତେକ ତ୍ରୁଟି ପରିଲକ୍ଷିତ ହୁଏ । ତାଙ୍କର ବିବୃତ୍ତି ଅନୁସାରେ ଏହି ପର୍ବ କେଉଁ ସାସର ପ୍ରଥମ ଦିବସରେ ଓ କେଉଁ ମାସର ଚତୁର୍ଥ ଦିବସର ଅଷ୍ଟମ ମାସରେ ପାଳନ କରାଯାଏ ।
ରଥଯାତ୍ରା ସାରା ବିଶ୍ୱରେ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱତୀୟା ତିଥିରେ ପାଳନ କରାଯାଏ । ରୀତିନିତି ଓ ପାରିପଟୀ ଦଷ୍ଟିରୁ ଏହା ବୁଦ୍ଧଙ୍ତ ଯାତ୍ରାଠାରୁ ଅଲଗା ରହିଛି । ଆମେ ଯଦି ପୁରାଣ ପଢିବା ତେବେ ଜାଣିପାରିବା ଯେ ପୁରାଣରେ ଅନେକ ଭଗବାନଙ୍କ ରଥଯାତ୍ରା କଥା ବର୍ଣ୍ଣନା କରାଯାଇଛି । ଏହାସହ ଏସିଆ ଓ ଇଉରୋପର କେତେକ ଦେଶରେ ରଥଯାତ୍ରା ପାଳନ କରାଯାଇଥାଏ । ତେବେ ଜୈନ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ବୁଦ୍ଧ ଧର୍ମକୁ ଘୋର ବିରୋଧ କରିଥାଆନ୍ତି । ତେବେ ସେମାନଙ୍କ କହିବା ଅନୁସାରେ ଆମେ ମାନେ ହିଁ ପ୍ରଥମେ ରଥଯାତ୍ରା ଆରମ୍ଭ କରିଥିଲୁ । ତେଣୁ ପ୍ରଥମେ କିଏ ରଥଯାତ୍ରା ଆରମ୍ଭ କରିଥିଲା ତାହା କହିବା କଷ୍ଟ । କିନ୍ତୁ ଶାସ୍ତ୍ର ଅନୁସାରେ ପ୍ରତିମା ପୂଜା ପାଇବା ଦିନଠାରୁ ହିଁ ରଥଯାତ୍ରା ହୋଇ ଆସ,ୁଛି । ଅଶୋକଙ୍କ ରାଜତ୍ୱ ସମୟରେ ଏହାର ଆରମ୍ବ ହୋଇଥାଇ ପାରେ ବୋଲି ମଧ୍ୟ କେହି କେହି କହୁଛନ୍ତି । ପରେ ମହାଯାନ ସମ୍ପ୍ରଦାୟ ସମୟରେ ଏହା ମଧ୍ୟ ଆରମ୍ଭ ହୋଇଥାଇ ପାରେ । ବଙ୍ଗ ଜାତୀୟ ଇତିହାସରୁ ଜଣାଯାଏ ଯେ ଗ୍ରୀକ୍ ବୀର ଆଲେକଜାଣ୍ଡର ଭାରତ ଆକ୍ରମଣ ସମୟରେ ବୁଦ୍ଧଦେବଙ୍କର ମୂର୍ତ୍ତି ପୂଜା ଦେଖିନଥିଲେ । ମାତ୍ର ମବର୍ତ୍ତି ପୂଜା ସମ୍ପର୍କରେ ଉଲ୍ଲେଖ କରିଅଛନ୍ତି ।
ହିନ୍ଦୁ ସମାଜରେ ମୂର୍ତ୍ତି ପୂଜା ବୈଦିକ ଯୁଗରେ ହୋଇନଥିଲା । ଏ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ରହିଛି । ପ୍ରାଚୀନ ଇତିହାସରୁ ଜଣାଯାଏ ଯେ ପ୍ରଥମେ ସୂର୍ଯ୍ୟ ଦେବଙ୍କ ପୂଜା କରାଯାଇଥିଲା ଏହି ପୂଜା କେବଳ ଭାରତ ନୁହେଁ ବରଂ ଏସିଆ ଓ ଇଉରୋପରେ ମଧ୍ୟ ପୂଜା କରାଗଲା । ଏବେ ସିସିଲି ଦ୍ୱିପରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି । ଭବିଷ୍ୟ ପୁରାଣରେ ବିବରଣୀ ଅନୁସାରେ ସୂର୍ଯ୍ୟଙ୍କ ରଥଯାତ୍ରା ସର୍ବପ୍ରଥମେ ସମାଜରେ ସ୍ଥାନ ପାଇଲା । ଏହି ସମ୍ବନ୍ଧରେ ଏକ ଐତିହାସିକ ବିବରଣୀ ମିଳିବା ପର୍ଯ୍ୟନ୍ତ ପୁରାଣୋକ୍ତି ବିବରଣୀ ଉପରେ ନିର୍ଭର କରିବାକୁ ପଡେ । ଏହି ପୁରାଣ ବର୍ଣ୍ଣନା ଅନୁସାରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ଦେବଙ୍କ ରଥଯାତ୍ରା ପାଳନ କରାଯାଏ । ଏହି ରଥର ସାରଥୀ ଅରୁଣ । କାଳକ୍ରମେ ଏହି ଉତ୍ସବର ଗୁରୁତ୍ୱ କମିଯାଇଥିଲେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଏହାର ପ୍ରଭାବ ଯେ ଯଥେଷ୍ଟ ରହିଛି ଏଥିରେ ସନ୍ଦେହ ନାହିଁ ।
କଥିତ ଅଛି ଯେ, ପୂର୍ବକାଳରେ ବୈଷ୍ମବମାନେ ଶ୍ରୀକୃଷ୍ଣଙ୍କୁ ରଥରେ ବସାଇ ପରିଭ୍ରମଣ କରାଉଥିଲେ । ଏହି ଉତ୍ସବ କାର୍ତ୍ତିକ ମାସରେ ପାଳନ କରାଯାଏ । ବୈାଦ୍ଧ ଧର୍ମ ପ୍ରଭାବରେ ଏହି ଉତ୍ସବ ପ୍ର୍ରାୟ ବିଲୁପ୍ତ ହୋଇଗଲା । ହିନ୍ଦୁ ଧର୍ମର ପୁନରଥାନ କାଳରେ ଜଗନ୍ନାଥ ଦେବଙ୍କର ବିଭିନ୍ନ ଯାତ୍ରାରେ ରଥଯାତ୍ରାର ପ୍ରମାଣ ରହିଛି । ଏହି ରଥଯାତ୍ରାର ରୀତି ପଦ୍ଧତି ବୈଷ୍ଣବ ପଦ୍ଧତିର ଏକ ରୂପାନ୍ତର ବୋଲି ବିଶ୍ୱାସ କରାଯାଏ । ସ୍କନ୍ଦ ଓ ପଦ୍ମ ପୂରାଣ ମତରେ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବିଷ୍ଣୁଙ୍କର ରଥଯାତ୍ରା ଉତ୍ସବ ପାଳନ କରାଯାଏ । କଥିତ ରହିଛି ଯେ, ପ୍ରହଲ୍ଲାଦ ପ୍ରଥମେ ଏହି ରଥ ଟାଣିଥିଲେ ଏବଂ ପରେ ଦେବସିଦ୍ଧ ଗନ୍ଧର୍ବମାନେ ଏହି ଯାତ୍ରାର ଅନୁଷ୍ଠାନ କଲେ ।