ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ! ଆଡପମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ହେବ ଆଡପ ଅଭଡା

64

କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆଡପମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ସହ ଭକ୍ତଙ୍କ ପାଇଁ ଆଡପ ଅଭଡା ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ପହଣ୍ଡି ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ସମନ୍ୱୟ ରଖି ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ତିନି ଠାକୁର । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ଗୁଣ୍ଡିଚା ମନ୍ଦିର । ରଥ ଉପରେ ଅନ୍ୟାନ୍ୟ ନୀତି ପରେ ସଂଧ୍ୟା ଧୂପ କରାଯାଇ ତିନି ରଥରୁ ଘୋଡା ଫିଟାଯାଇ ଚାରୁମାଳ ଲଗାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଜନ୍ମ ବେଦୀକୁ ନିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –