ଆମେରିକାରେ ଅପମାନିତ ହୋଇଥାନ୍ତେ ମୋଦି, ହେଲେ ବଂଚିଗଲେ ! ଜାଣନ୍ତୁ କିଭଳି?

48

ହ୍ୱାଇଟ୍ ହାଉସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଚାଲିଥାଏ ମିଳିତ ପ୍ରେସମିଟ୍ । ହେଲେ ଏହି ସମୟରେ ନିଶ୍ଚିତ ଅଡୁଆ ସ୍ଥିତିରୁ ବର୍ତ୍ତିଗଲେ ମୋଦି । ସୂଚନା ଅନୁସାରେ ପ୍ରେସମିଟ୍ ବେଳେ, ମୋଦିଙ୍କ ଷ୍ଟେଟମେଂଟର କିଛି ପେଜ୍ ଦୁଇଥର ଉଡିଯାଇଥିଲା । ହେଲେ ନିକଟରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହାକୁ ଆଣି ପୁଣି ମୋଦିଙ୍କୁ ଦେଇଥିଲେ । ଫଳରେ ଏକ ଅଭାବନୀୟ ସ୍ଥିତିରୁ ବର୍ତ୍ତିଯାଇଥିଲେ ପ୍ରଧାନମନ୍ତ୍ରୀ ।

ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଉଭୟ ନେତା । ପ୍ରଥମେ ଟ୍ରମ୍ପ ଗଣମାଧ୍ୟମକୁ ନିଜର ବୟାନ ଦେବାକୁ ଥିବାବେଳେ ଦ୍ୱିତୀୟରେ ମୋଦି ନିଜ ବକ୍ତବ୍ୟ ରଖିଥାନ୍ତେ । ଟ୍ରମ୍ପ ନିଜ ବକ୍ତବ୍ୟ ରଖୁଥିବା ବେଳେ ମୋଦି ତାଙ୍କୁ ଧ୍ୟାନର ସହ ଶୁଣୁଥିଲେ । ଆଉ ଠିକ ଏତିକି ବେଳେ ପବନରେ ପୂର୍ବରୁ ପ୍ରସ୍ତୁତ ମୋଦିଙ୍କ ବକ୍ତବ୍ୟର କିଛି ପୃଷ୍ଠା ଉଡିଯାଇଥିଲା ।

ଏହି ଦୃଶ୍ୟକୁ ଦେଖି, ପ୍ରଥମ ଧାଡିରେ ବରିଷ୍ଠ ଅଧିକାରୀଙ୍କ ସହ ବସିଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ତୁରନ୍ତ ଉଠିଥିଲେ । ଆଉ ତାଙ୍କୁ ସହାୟତା ଦେବାକୁ ଦ୍ୱିତୀୟ ଧାଡିରେ ବସିଥିବା ଜଣେ ମହିଳା ଅଧିକାରୀ ବାହାରିଥିଲେ । ଉଭୟେ ଜଲଦି ଜଲଦି ସମସ୍ତ ପୃଷ୍ଠାକୁ ଏକାଠି କରିଥିଲେ ଆଉ ଡୋଭାଲ ଏହାକୁ ପୁଣି ମୋଦିଙ ଡାଏସ୍ ଉପରେ ନେଇ ରଖିଦେଇଥିଲେ । ହେଲେ କିଛି ସମୟ ପରେ ପୁଣି ପବନରେ ମୋଦିଙ୍କ କିଛି ପୃଷ୍ଠା ଉଡିଯାଇଥିଲା, ଯାହାକୁ ପୁଣି ଏକାଠି କରି ଡୋଭାଲ ଡାଏସରେ ରଖିଥିଲେ । ଫଳରେ ଗୋଟିଏ ଅପମାନ ଜନକ ସ୍ଥିତିକୁ ସାମ୍ନା କରିବାରୁ ବର୍ତ୍ତିଯାଇଥିଲେ ମୋଦି ।