ଷଡଯନ୍ତ୍ରରେ ରାଜପ୍ରାସାଦ ! ଗଣତନ୍ତ୍ରର ଉହାଡରୁ ଶୁଭିଲା ରାଜତନ୍ତ୍ରର ଚିତ୍କାର

74

ପାରଳଖେମୁଣ୍ଡି : ଷଡଯନ୍ତ୍ରରେ ରାଜପ୍ରାସାଦ । ମାମଲା ୫ ଶହ କୋଟିର । ସମ୍ପତି ବିବାଦରୁ ଏଭଳି ଏକ ଅଘଟଣ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଅଗଷ୍ଟ ୧୪ ତାରିଖରେ କାହିଁକି ଏକ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ରାଜା ନଜରବନ୍ଦୀ ଅଛନ୍ତି ବୋଲି ଖବର ପ୍ରଚାର କରାଗଲା, ତାହା ଏବେ ରହସ୍ୟ ଘେରରେ । କାରଣ ,ତାପରଦିନ ଅର୍ଥାତ୍ ଅଗଷ୍ଟ ୧୫ ତାରିଖରେ ରାଜାଙ୍କୁ ଚିକିତ୍ସା ପାଇଁ ଡାକ୍ତର ସମୟ ଦେଇଥିଲେ । ଏହାଛଡା ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଗଜପତି ଜିଲ୍ଲାପାଳ କହିଛନ୍ତି, ସବୁ ବିବାଦର ମୂଳରେ ରହିଛି ରାଜପରିବାର ମଧ୍ୟରେ ପାରିବାରିକ ବିବାଦ।