ଚାରିଆଡ଼େ ପାଣି ପାଣି : ବର୍ଷା ଯୋଗୁଁ ସାରା ରାଜ୍ୟର ସ୍ଥିତି ସଙ୍ଗୀନ, ଜନଜୀବନ ଅସ୍ତବ୍ୟସ୍ତ

33

କନକ ବ୍ୟୁରୋ : ବର୍ଷାରେ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଉବୁଟୁବୁ ହୋଇଛି । ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଥିବା ବେଳେ ନୟାପଲ୍ଲୀ ଇସ୍କନ୍ ମନ୍ଦିର ସାମନାରେ ଛାତିଏ ଉଚ୍ଚର ପାଣି ବୋହୁଛି ।

କଟକରେ ମଧ୍ୟ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇପଡିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଅନେକ ଅଂଚଳରେ ଘର ଭିତରେ ନର୍ଦ୍ଦମା ପାଣିର ସୁଅ ଛୁଟୁଛି ।

ଭୁବନେଶ୍ୱର କାନନ ବିହାରରେ ପାଣି ଯୋଗୁଁ ଜଳବନ୍ଦୀ ହୋଇଛନ୍ତି ଅଂଚଳବାସୀ ।

ବର୍ଷାରେ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଉବୁଟୁବୁ ହୋଇଛି । ଆଚାର୍ଯ୍ୟବିହାର ଅଂଚଳରେ ଜଳଘେରରେ ଜୀବନ ।

ରାଜଧାନୀର ବିଭିନ୍ନ ଅଂଚଳରେ ପାଣିପଶି ହନ୍ତସ୍ତ ହେଉଛନ୍ତି ଲୋକେ । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଅନେକ ଅଂଚଳରେ ଘର ଭିତରେ ନର୍ଦ୍ଦମା ପାଣି ଭାସୁଛି ।

ଲଘୁଚାପ ବର୍ଷାରେ ପୁରୀ ବଡଦାଣ୍ଡରେ ଆଣ୍ଠୁଏ ପାଣି ଜମିରହିଛି । ସେପଟେ ଶରଧାବାଲିରେ ମଧ୍ୟ ଚାଲିଛି ପାଣିର ସୁଅ ।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ଶୁଳିପଦର ଗାଁରେ କାନ୍ଥ ପଡ଼ି ଜଣେସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି । ସେପଟେ ପ୍ରଶାସନ ଆସନ୍ତା ୨୪ତାରିଖରେ ବନ୍ୟାଜଳ ଛାଡିବା ନେଇ ନିଷ୍ପତି ନେଇଛି ।

କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ବି ପ୍ରବଳ ବର୍ଷା ଜାରି ରହିଛି । ଫଳରେ କୋଟଗଡ ଠାରୁ ଶ୍ରୀରାମପୁର ଓ ସୁବର୍ଣ୍ଣଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଧୋଇଯାଇଛି । ରାସ୍ତା ଭାସିଯିବା ଯୋଗୁଁ ଯାତାୟତ ବନ୍ଦ ରହିଛି ।

ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଟ୍ରାକ ନଷ୍ଟ ହୋଇଛି । ଫଳରେ ହୀରାଖଣ୍ଡ ସମେତ ଅନେକ ଟ୍ରେନ ଅଟକି ରହିଛ ।