ସିସିଟିଭି ଫୁଟେଜରେ କଟକ ଷ୍ଟେସନରେ ଟିଟିଇଙ୍କ ଦାଦାଗିରି ! ରେଷ୍ଟୁରାଂଟ କର୍ମଚାରୀଙ୍କୁ ଗାଳିଗୁଲଜ ସହ ମରଣାନ୍ତକ ଆକ୍ରମଣ

27

କନକ ବ୍ୟୁରୋ : ଷ୍ଟେସନ ପରିସରରେ ରେଷ୍ଟୁରାଂଟରେ ରେଳବାଇ ଟିଟିଇଙ୍କ ଦାଦାଗିରି । ବାବୁଙ୍କୁ ଗୁଣ୍ଡାଗିରିକୁ କଏଦ କରିଛି ରେଷ୍ଟୁରାଂଟରେ ଲାଗିଥିବା ସିସିଟିଭି । ଏ ଘଟଣା ହେଉଛି ଗତ ୨୨ ତାରିଖ ରାତି ୧୨ଟା ସମୟର । ରେଷ୍ଟୁରାଂଟ ବନ୍ଦ ସମୟରେ ନିଶାସକ୍ତ ଅବସ୍ଥାରେ ପହଂଚିଥିଲେ ପୂର୍ବତଟ ରେଳବାଇ ଟିଟିଇ ବିପିନ ସିଂହ । ଟେବୁଲ ବାଡେଇ ଅଣ୍ଡା ଅମଲେଟ୍ କରିବା ପାଇଁ ଅର୍ଡର ଦେଇଥିଲେ । ରେଷ୍ଟୁରାଂଟ ବନ୍ଦ ହୋଇଥିବା ଅଣ୍ଡା ଆମଲେଟ୍ ହୋଇପାରିବା ନାହିଁ ରୋଷେୟା କହିବା କ୍ଷଣି ତାତି ଉଠିଥିଲେ ବାବୁ ଜଣଙ୍କ । ଆଉ ଏହାପରେ ଉତ୍ୟକ୍ତ ହୋଇ ତାକୁ ମାଡ ମାରି ଲହୁଲୁହାଣ କରିଥିଲେ । ଏମିତି କି ଟିଟିଇଙ୍କ ମାଡରୁ ବର୍ତି ନଥିଲେ ରେଷ୍ଟୁରାଂଟ ମାଲିକ । ବହୁ ତୁମୁଳକାଣ୍ଡ ପରେ ଘଟଣାସ୍ଥଳରେ ବିପିନଙ୍କ ସ୍ତ୍ରୀ ଓ ପୁଲିସ ପହଂଚି ତାଙ୍କୁ ନେଇ ଯାଇଥିଲେ ।

ଏ ସବୁ ଦୃଶ୍ୟ ରେଷ୍ଟୁରାଂଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ତେବେ ଏହି ଘଟଣାକୁ ନେଇ ରେଷ୍ଟୋରାଂଟ ମାଲିକ ରେଳବାଇ ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେପଟେ ରେଷ୍ଟୁରାଂଟ କର୍ମଚାରୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଟିଟିଇ । କହିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅକୁ ରେଷ୍ଟୁରାଂଟ କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –