ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ଦିଲ୍ଲୀରେ ହଙ୍ଗାମା : ଥାନାରେ ଅଟକ ରହିଲେ ରାହୁଲ୍ ଗାନ୍ଧୀ

17

କନକ ବ୍ୟୁରୋ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଥାନାରେ ଅଟକ ରଖିଲା ପୋଲିସ । ୪ ଘଂଟା ଭିତରେ ଦୁଇ ଦୁଇ ଥର ଅଟକ ରହିଲେ କଂଗ୍ରେସ ଉପାଧ୍ୟକ୍ଷ । ୱାନ୍ ରାଙ୍କ ୱାନ୍ ପେନସନ୍ ମାମଲାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା ପରେ ଆଜି ଦିଲ୍ଲୀରେ ଜୋର ଧରିଛି ରାଜନୀତି ।

ତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଇଥିବା ବେଳେ ରାହୁଲ ଗାନ୍ଧି ଓ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀର ମନ୍ଦିର ମାର୍ଗ ଥାନାରେ ଅଟକ ରଖାଯାଇଥିଲା । କିଛି ସମୟ ପରେ ତାଂକୁ ଛାଡି ଦିଆଯାଇଥିଲା । ପରେ ରାହୁଲ ଗାନ୍ଧି ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ପାର୍ଲାମେଂଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ୍ ଆଗରେ ପୁଣି ଧାରଣାରେ ବସିଥିଲେ ।

ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କ ଅଟକକୁ ବିରୋଧ କରିବାରୁ ପୁଣି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । କୌଣସି ଅଘଟଣ ଆଶଙ୍କାରେ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ଅଟକ ରଖିଥିଲା ଦିଲୀ ପୋଲିସ ।

ଏକ ପ୍ରେସ ରିଲିଜରେ ପୋଲିସ କହିଛି, ଉତେଜନା ପୂର୍ଣ୍ଣ ସ୍ଥଳକୁ ଛାଡିବାକୁ ଆନ୍ଦୋଳନକାରୀଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସେମାନେ ଶୁଣିନଥିଲେ । ଫଳରେ ତାଂକୁ ଅଟକ ରଖାଯାଇଥିଲା । ରାହୁଲ କହିଛନ୍ତି, ଏ ହେଉଛି ମୋଦିଙ୍କ ଭାରତ । ସେପଟେ ଏହି ଘଟଣା ପାଇଁ ରାହୁଲଙ୍କ ସହ ଓଡିଶାର ଜିଲ୍ଲା କଂଗ୍ରେସ ସଭାପତିଙ୍କ ବୈଠକ ସ୍ଥଗିତ ରହିଛି ।