ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା : ରାତି ୭ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ
କନକ ବ୍ୟୁରେ : ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟଦ୍ଵାର ବାଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ନାକଚଣା ଦ୍ଵାର ଦେଇ ବାହାରିବେ । ରାତି ୭ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ ଜାରି ରହିବ । ସନ୍ଧ୍ୟା ଦର୍ଶନ ପରଦିନ ଅର୍ଥାତ୍ ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ । ଅନ୍ୟପକ୍ଷରେ ପାଞ୍ଜିରେ ମହାପ୍ରଭୁଙ୍କ ନବଦିନଯାତ୍ରାର ଅଷ୍ଟମୀ, ନବମୀ ଦୁଇ ଦିନ ସନ୍ଧ୍ୟା ଦର୍ଶନ ପଡ଼ୁଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp