ପୁରୀରେ ହେଲା ରଥଯାତ୍ରା ସମନ୍ୱୟ କମିଟି ବୈଠକ : ସେବାୟତଙ୍କ ଅସନ୍ତୋଷ

18

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଉଠିଲା ବ୍ରହ୍ମବିଭ୍ରାଟ ପ୍ରସଙ୍ଗ । ବର୍ଷେ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ପ୍ରଦାନ କରିବାରେ ପ୍ରଶାସନ ବିଳମ୍ବ କରୁଥିବାରୁ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକକୁ ବର୍ଜନ କରିବାକୁ ସେବାୟତ ଚେତାବନୀ ଦେଇଛନ୍ତି । ଏବଂ ରଥଯାତ୍ରା ସମୟରେ ନୀତି ବିଭ୍ରାଟ କରିବାକୁ ଧମକ ଦେଇଛନ୍ତି ସେବାୟତ । ରଥଯାତ୍ରା ସମନ୍ୱୟ କମିଟି ବୈଠକରେ କେନ୍ଦ୍ରାଂଚଳ ଆରଡିସି ଆରପି.କୋଚେ,ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସିପି ସାର୍ଥକ ଷଡଙ୍ଗୀ ଓ ନବକଳେବର ଭିତିଭୂମି ବିକାଶ ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ଯୋଗ ଦେଇଛନ୍ତି ।