ଶ୍ରୀମନ୍ଦିରରେ ଗର୍ଭଗୃହରେ ପଶିଲେ ଭକ୍ତ ! ରତ୍ନ ସିଂହାସନରେ ଛୁଇଁଲେ ଶ୍ରୀବିଗ୍ରହ
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଅଘଟଣ । ଗତକାଲି ସନ୍ଧ୍ୟାଧୂପ ଆଳତୀ ସମୟରେ ଜଣେ ଭକ୍ତ ଗର୍ଭଗୃହରେ ପ୍ରବେଶ କରି ରତ୍ନ ସିଂହାସନରେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଛନ୍ତି । ଯୁବକ ଜଣକ ଜଗତସିଂହପୁର ଅଂଚଳର ଆଶୁତୋଷ ବିଶ୍ୱାଳ ବୋଲି ଜଣାପଡିଛି । ସନ୍ଧ୍ୟାଧୂପ ପୂର୍ବରୁ ସେବାୟତମାନେ ଗର୍ଭଗୃହକୁ ଆଳତୀ ଦର୍ଶନ ପାଇଁ ପ୍ରବେଶ କରିବା ସମୟରେ ଆଶୁତୋଷ ମହାପ୍ରଭୁଙ୍କୁ ସ୍ପର୍ଶ କରି ମୁଣ୍ଡିଆ ମାରିଥିଲେ । ସନ୍ଦେହ ହେବା ପରେ ତାଙ୍କୁ ଗାରଦକୁ ଅଣାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ପରେ ତାଙ୍କଠାରୁ ୨୦୧ ଟଙ୍କା ଜୋରିମାନା ଆଦାୟ କରି ଛାଡିଯାଇଥିଲା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଚଳିତ ମାସରେ ଏନଏସଜି ଟିମ ଓଡିଶା ଆସୁଥିବାବେଳେ ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଜୟବିଜୟ ଓ ଧୁକୁଡି ଦ୍ୱାରରେ ପଢିଆରୀ ସେବାୟତ ଥିଲେ ମଧ୍ୟ ଯୁବକ କିଭଳି ଗର୍ଭଗୃହରେ ପଶିଲେ ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।