କଂଚାମାଲ ଅଭାବ ଦର୍ଶାଇ କଳିଙ୍ଗନଗର ଭିସା ଷ୍ଟିଲ କାରଖାନାରେ ତାଲା ! ପ୍ରତିବାଦରେ ଶ୍ରମିକମାନେ କଲେ ରାସ୍ତାରୋକ

27

କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଭିସା ଷ୍ଟିଲ କାରଖାନାରେ ତାଲା । କଂଚାମାଲ ଅଭାବ ଦର୍ଶାଇ କର୍ତ୍ତୃପକ୍ଷ କାରଖାନା ବନ୍ଦ କରିଦେଇଛନ୍ତି । କୌଣସି ଆଗୁଆ ସୂଚନା ଦିଆନଯାଇ ହଠାତ କ୍ଲୋଜର ନୋଟିସ ଜାରି କରାଯାଇଥିଲା । ଆଜି ସକାଳେ ଶ୍ରମିକଙ୍କୁ କାରଖାନା ଭିତରକୁ ଛଡାଯାଇନଥିଲା । ଯାହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କାରଖାନା ବନ୍ଦ ହେବା ପ୍ରତିବାଦରେ ଶ୍ରମିକମାନେ ମିଲିଟାରୀ ଛକ ନିକଟରେ ରାସ୍ତାରୋକ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱର୍ରେ ଗାଡିମଟର ଅଟକି ରହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।