ପୁଲୱାମା ଆତଙ୍କୀ ହମଲାରେ ଆଜିଠୁ ତଦନ୍ତ ଆରମ୍ଭ କରିବ ଏନଆଇଏ । ଦାୟର ହୋଇପାରେ ଏଫଆଇଆର

ସେପଟେ, ଆତଙ୍କୀ ହମଲାରୁ ଭୟଙ୍କର କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ

86

କନକ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଏନଆଇଏ କରିବ । ଆଜିଠାରୁ ଏହି ତଦନ୍ତ ଆରମ୍ଭ ହେବ । ପ୍ରଥମ ଦିନରେ ଆଜି ଏନଆଇଏ ଏଫଆଇଆର ଦାୟର କରିବ । ଗୁରୁବାର ଦିନ କାଶ୍ମୀର ପୁଲୱାମାରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ସିଆରପିଏଫ ଗାଡି ଉପରକୁ ବିସ୍ଫୋରଣ କରିଥିଲେ । ଏଥିରେ ୪୦ ଯବାନ ସହିଦ ହୋଇଥିଲେ । ଏହାକୁ ନେଇ ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେନାର ପ୍ରତିଜବାବରେ ଜୈଶର ମାଷ୍ଟରମାଇଣ୍ଡ ଗାଜି ରସିଦ ଓରଫ କାମରୁନ ପ୍ରାଣ ହରାଇଥିଲା । ଏନଆଇଏ ବି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ।

ଉରୀ ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରାଦେଶକୁ ଦୋହଲାଇ ଦେଇଥିଲା । ଜାମ୍ମୁରୁ ଶ୍ରୀନଗର ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଥିଲେ ଆତଙ୍କବାଦୀ । ଏଥିରେ ୪୦ ଜଣ ଜବାନ ପ୍ରାଣ ହରାଇବା ସହ ୪୫ ଜଣ ଆହତ ହୋଇ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

୭୦ଟି ବସ ସିଆରପିଏଫ ଜବାନମାନଙ୍କୁ ନେଇ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା କାର ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା । ଏହାପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ ବସ ସମ୍ପୁର୍ଣ୍ଣ ଭାବରେ ଜଳିଯାଇଥିଲା