ଭୁବନେଶ୍ୱର : ଧାନ ଦର ନେଇ ଆଜି ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

37

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡିର କୃଷକ ସଂଗଠନ । ଏନେଇ ଆଜି ରାଜଭବନ ସମ୍ମୁଖରେ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହା ସହ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ଅବହେଳା କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।