ବେଗୁନିଆରୁ ଲଢିବେନି ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ, ପ୍ରାର୍ଥୀ ହେବାକୁ ଚାହୁଁନାହାଁନ୍ତି ପୃଥ୍ୱୀବଲ୍ଲଭ

277

କନକ ବ୍ୟୁରୋ: ବେଗୁନିଆରୁ ଲଢିବେନି ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି । ପୃଥ୍ୱୀବଲ୍ଲଭ ପ୍ରାର୍ଥୀ ହେବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି ନିରଂଜନ । ତାଙ୍କର କିଛି ବ୍ୟକ୍ତିଗତ ସମସ୍ୟା ପାଇଁ ସେ ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି । ଖୁବ ଶୀଘ୍ର ପରବର୍ତୀ ନିଷ୍ପତି ନିଆଯିବ ବୋଲି ନିରଂଜନ କହିଛନ୍ତି ।

ସେପଟେ, ପିପିଲି କଂଗ୍ରେସର କନଫ୍ୟୁଜନ୍ । ନୂଆ ନୀତି ଆପଣେଇ ପାରନ୍ତି ପିପିଲି ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଯୁଧିଷ୍ଠିର ସାମନ୍ତରାୟ । କର୍ମକର୍ତୀଙ୍କ ସହ ଆଲୋଚନା ପରେ ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ଯୁଧୀଷ୍ଠିର । ତେବେ କଂଗ୍ରେସ ତାଙ୍କୁ ଶେଷ ସମୟରେ ଟିକେଟ ଦେଇଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି ।

ଉଲ୍ଲେଖ ଥାଉ କି, ବେଗୁନିଆ ବିଧାନସଭା ନିର୍ବାଚନ ପାଇଁ ତିନୋଟି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଥିବେବେଳେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେହିପରି ବିଜେଡି ଓ ବିଜେପିକୁ ଟକ୍କର ଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ମୈଦାନକୁ ଓହ୍ଲାଇଛି । ହେଲେ ସେ ନିର୍ବାଚନ ନଲଢିବା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।