ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଭାଷଣ ଦେବାର ସମୟ ଶେଷ, ଏବେ କିଛି କାମ କରିବାର ସମୟ ଆସିଛି । ଜାତିସଂଘରେ ଏଭଳି ବୟାନ ରଖିଲେ ପ୍ରଧାନମନ୍ତ୍ରୀ ମୋଦି ।

381

ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସଂପର୍କରେ କଥା କହିବାର ସମୟ ଶେଷ ହୋଇଯାଇଛି । ଏବେ କିଛି କାମ କରିବାର ସମୟ ଆସିଛି । ସମଗ୍ର ବିଶ୍ୱ ଏବେ ଏକାଠି ହୋଇ ଏ ଦିଗରେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ସୁରକ୍ଷା ସମ୍ମିଳନୀରେ ନିଜର ଅଭିଭାଷଣ ରଖି ମୋଦୀ କହିଛନ୍ତି ଯେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଆମେ ଦେଶରେ ଇଲେକ୍ଟ୍ରିକ ଯାନବାହାନକୁ ପ୍ରମୋଟ କରୁଛୁ ।ପ୍ରାୟ ୧୫୦ ନିୟୁତ ପରିବାରକୁ ଗ୍ୟାସ ସଂଯୋଗ ଦେଇଛୁ । ଜଳ ସଂରକ୍ଷଣ ଦିଗରେ ଆମେ ୫୦ ନିୟୁତ ଡଲାର ଖର୍ଚ୍ଚ କରିବୁ । ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପଦକ୍ଷେପ ନେଉଛୁ ବୋଲି ମୋଦୀ କହିଛନ୍ତି ।

ମୋଦି ନିଜ ଭାଷଣରେ କହିଛନ୍ତି,ଏଠାକୁ ଆମେ ଏକ ରୋଡମ୍ୟାପ ସହ ଆସିଛୁ । ଆମେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଛୁ । କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଏଥିପାଇଁ ସଚେତନତା ଅଭିଯାନ ଆରମ୍ଭ ହେବା ଆବଶ୍ୟକ ।