ଜମ୍ମୁକାଶ୍ମୀର ପାଇଁ ଆଜି ବଡ ପ୍ୟାକେଜ୍ ଘୋଷଣା କରିପାରନ୍ତି ମୋଦି ସରକାର : ସନ୍ଧ୍ୟାରେ ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

557

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ପାଇଁ ଆଜି ବଡ ପ୍ୟାକେଜ୍ ଘୋଷଣା କରିପାରନ୍ତି ମୋଦି ସରକାର । ଆଜି ସନ୍ଧ୍ୟାରେ ବସିବାକୁ ଥିବା କ୍ୟାବେନେଟ୍ ବୈଠକରେ ଏନେଇ ନିଆଯାଇପାରେ ନିଷ୍ପତି । ଜମ୍ମୁକାଶ୍ମୀରର ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଏହି ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ଘାଟିକୁ କିଭଳି ଅର୍ଥନୈତିକ ଦୃଷ୍ଟିକୋଣରୁ ମଜବୁତ କରାଯାଇପାରିବେ ସେଥିପାଇଁ ଏହି ପ୍ୟାକେଜ୍ରେ ବ୍ୟବସ୍ଥା ରହିବ । ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଦ୍ୱାରା ପରିଚାଳିତ ହେବା ପୂର୍ବରୁ ଏହି ଘୋଷଣା କରି ଲୋକମାନଙ୍କୁ ଖୁସି କରିବାକୁ ଚାହିଁପାରନ୍ତି ସରକାର ।

ଜମ୍ମୁକାଶ୍ମୀର ପୁନଃର୍ଗଠନ ଆଇନ ଅନୁଯାୟୀ ଆସନ୍ତା ଅକ୍ଟୋବର ୩୧ତାରିଖରୁ ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଂଚଳ ହେବ । ଆଜି ସନ୍ଧ୍ୟାରେ ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସିବ । ବୈଠକ ପରେ ଏହି ଘୋଷଣା କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀପରିଷଦ ବୈଠକ ବସିବ । ଏହି ବୈଠକରେ ଚିନ୍ର ଦୋମୁହାଁ ନୀତି, ଅର୍ଥନୈତିକ ମାନ୍ଦାବସ୍ଥା ସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।