ଜାଣନ୍ତୁ ଦେଶର ରାଷ୍ଟ୍ରପତିଙ୍କୁ !

212

ଭାରତର ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ । ରାଷ୍ଟ୍ରପତିଙ୍କ ପାଖରେ ଭାରତର ସଶସ୍ତ୍ର ସେନାର ସବୁ ଦାୟିତ୍ୱ ଥାଏ । ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ଏବଂ ସେ ଲୋକସଭା, ରାଜ୍ୟସଭା ଓ ବିଧାନସଭା ଦ୍ୱାରା ନିର୍ବାଚିତ ସଦସ୍ୟ ଦ୍ୱାରା ଚୟନ ହୁଅନ୍ତି । ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ଭାରତର ୧୩ ଜଣ ରାଷ୍ଟ୍ରପତିଙ୍କ ଉପରେ ନଜର ପକାନ୍ତୁ ।

ରାଷ୍ଟ୍ରପତି ପଦର ଚୟନ ଭାରତର ସମ୍ବିଧାନ ଅନୁସାରେ ହୋଇଥାଏ । ଏହି ୧୩ ଜଣ ରାଷ୍ଟ୍ରପତିଙ୍କ ବ୍ୟତୀତ ଆଉ ୩ ଜଣ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ନିଯୁକ୍ତ ହୋଇଥିଲେ, ଯେଉଁମାନେ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ କାର୍ଯ୍ୟ ସମ୍ଭାଳିଥିଲେ । ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ।

ଭାରତର ରାଷ୍ଟ୍ରପତି ବୃନ୍ଦ –
୧- ଡଃ ରାଜେନ୍ଦ୍ର ପ୍ରସାଦ – ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ । ଡଃ ରାଜେନ୍ଦ୍ର ପସାଦ ସ୍ୱତନ୍ତ୍ର ଭାରତର ପ୍ରଥମ ରାଷ୍ଟ୍ରପତି ଅଟନ୍ତି । ତାଙ୍କର ଜନ୍ମ ୧୮୮୪ ରେ ହୋଇଥିଲା । ସେ ମହାତ୍ମା ଗାନ୍ଧୀଙ୍କ ଜଣେ ସହଯୋଗୀ ଥିଲେ । ଏଥିଯୋଗୁଁ ସେ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ ହୋଇଗଲେ ଓ ପରେ ବିହାରରେ ଜଣେ ପ୍ରସିଦ୍ଧ ନେତା ହୋଇଥିଲେ । ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କେବଳ ଯେ ରାଷ୍ଟ୍ରପତି ଭାବେ ନୁହଁ ଭାରତୀୟ ରାଜନୀତିର ସେ ଜଣେ ସଫଳ ନେତା ।

ଭାରତ ସ୍ୱାଧୀନତା ପାଇବା ପରେ ୧୯୫୦ରେ ସଂଗଠକ ସଭା ଦ୍ୱାରା ସେ ରାଷ୍ଟ୍ରପତି ରୂପେ ନିଯୁକ୍ତ ହୋଇଥିଲେ । ଏହାପରେ ଯେତେବେଳେ ଭାରତ ସ୍ୱତନ୍ତ ଗଣତନ୍ତ୍ରରେ ପରିଣତ ହେଲା ସେ ହିଁ ରାଷ୍ଟ୍ରପତି ହେଇଥିଲେ । ଏହାସହ ରାଷ୍ଟ୍ରପତି ହେବା ପରେ ସେ ଅନେକ ସାମାଜିକ କଲ୍ୟାଣ କାମ କରିଥିଲେ । ଅନେକ ସରକାରୀ କାର୍ଯ୍ୟାଳୟ ସ୍ଥାପନ ମଧ୍ୟ କରିଥିଲେ । ସେ ଜାନୁୟାରୀ ୧୯୫୦ରୁ ୧୩ ମେ , ୧୯୬୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ରୁପେ କାର୍ଯ୍ୟ ନିର୍ବାହ କରିଥିଲେ ।

୨- ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ – ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଜଣେ ମହାନ ଭାରତୀୟ ଦାର୍ଶନିକ ଥିଲେ । ସେ ୧୯୫୨-୧୯୬୨ ପର୍ଯ୍ୟନ୍ତ ଭାରତର ଉପରାଷ୍ଟ୍ରପତି ପଦରେ ଥିଲେ । ପରେ ମେ ୧୯୬୨ eê ମେ ୧୯୬୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତିି ନିଯୁକ୍ତ ହୋଇଥିଲେ । ଶିକ୍ଷକ ଓ ଛାତ୍ରମାନଙ୍କ ସହ ତାଙ୍କ ବହୁତ ଭଲ ସମ୍ପର୍କ ଥିଲା । ଏଥିପାଇଁ ୫ ସେପ୍ଟେମ୍ବର ତାଙ୍କର ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ । ଡଃ ରାଧାକ୍ରୀଷ୍ଣନଙ୍କ ଜନ୍ମ ତାମିଲାଡୁର ଏକ ତେଲୁଗୁ ପରିବାରରେ ହୋଇଥିଲା । ତାଙ୍କୁ ୧୯୫୪ରେ ନାଗରିକତ୍ୱର ସବୁଠାରୁ ବଡ଼ ସମ୍ମାନ ଭାରତ ରତ୍ନ ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ତାଙ୍କୁ ଶାନ୍ତି ପୁରସ୍କାର ମଧ୍ୟ ମିଳିଥିଲା ।

୩- ଜାକିର ହୁସେନ – ଜାକିର ହୁସେନ ଭାରତର ତୃତୀୟ ରାଷ୍ଟ୍ରପତିି ଥିଲେ । ତାଙ୍କ କାର୍ଯ୍ୟକାଳ ସମୟ ୧୩ ମେ ୧୬୬୭ରୁ ଆରମ୍ଭ ହୋଇଥିଲା । କିନ୍ତୁ ୧୯୬୯ରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ହୁସେନ ଦେଶର ପ୍ରଥମ ମୁସଲମାନ ରାଷ୍ଟ୍ରପତି ଓ ଏହାସହ ରାଷ୍ଟ୍ରପତିି ପଦରେ ଥାଇ ମୃତ୍ୟୁବରଣ କରିଥିବା ପ୍ରଥମ ରାଷ୍ଟ୍ରପତିି । ରାଷ୍ଟ୍ରପତିି ହେବା ପୂର୍ବରୁ ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ସେ ବିହାରର ରାଜ୍ୟପାଳ ଥିଲେ ଏବଂ ୧୯୬୨ ରୁ ୧୯୬୭ ପର୍ୟ୍ୟନ୍ତ ସେ ଭାରତର ଉପରାଷ୍ଟ୍ରପତିି ଦାୟିତ୍ୱରେ ଥିଲେ । ୧୯୬୩ରେ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।

୪- ଭି.ଭି. ଗିରି-  ଭି.ଭି. ଗିରି, ମେ ୩, ୧୯୬୯ ରୁ ଜୁଲାଇ ୨୦, ୧୯୬୯ ଓ ୨୦ ଅଗଷ୍ଟ, ୧୯୬୯ରୁ ଅଗଷ୍ଟ ୨, ୧୯୭୪ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ । ଭିଭି ଗିରିଙ୍କ ଜନ୍ମ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ତେଲୁଗୁ ବ୍ରାହ୍ମଣ ପରିବାରରେ ହୋଇଥିଲା ।

୫ – ଡଃ ଫକିରୁଦ୍ଦିନ ଅଲ୍ଲୀ ଅହମଦ୍ – ୧୯୭୪ରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଡଃ ଫକିରୁଦ୍ଦିନ ଅଲ୍ଲୀ ଅହମଦଙ୍କୁ ରାଷ୍ଟ୍ରପତି ରୂପେ ନିଯୁକ୍ତି ଦେଇଥିଲେ । ୨୪ ଅଗଷ୍ଟ ୧୯୭୪ ରୁ ଫେବୃୟାରୀ ୧୯୭୭ ପର୍ଯ୍ୟନ୍ତ ସେ ଭାରତର ଦ୍ୱିତୀୟ ମୁସଲମାନ୍ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଫକିରୁଦ୍ଦିନ ଅଲ୍ଲୀ ଅହମଦଙ୍କ ଜନ୍ମ ୧୩ ମେ ୧୯୦୫ ନୂଆଦିଲ୍ଲୀରେ ହୋଇଥିଲା ।

୬ – ନୀଲମ ସଞ୍ଜୀବ ରେଡ୍ଡି- ୨୫ ଜୁଲାଇ, ୧୯୭୭ ରୁ ୨୫ ଜୁଲାଇ, ୧୯୮୨ ପର୍ଯ୍ୟନ୍ତ ସଞ୍ଜୀବ ରେଡ୍ଡି ଭାରତର ଷଷ୍ଠ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ରେଡ୍ଡି ୩ଟି ସରକାରଙ୍କ ସହ କାମ କରିଥିଲେ, ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ, ଚରଣ ସିଂ ଓ ଇନ୍ଦିରା ଗାନ୍ଧୀ । ନୀଲମ ସଞ୍ଜୀବ ରେଡ୍ଡି ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।

୭- ଜ୍ଞାନୀ ùR÷ଲ ସିଂ- ଜ୍ଞାନୀ ଜୈଲ ସିଂ ଭାରତର ସପ୍ତମ ରାଷ୍ଟ୍ରପତି ଥିଲେ । ତାଙ୍କର କାର୍ଯ୍ୟକାଳ ୧୯୮୨ରୁ ୧୯୮୭ ପର୍ଯ୍ୟନ୍ତ ଥିଲା । ତାଙ୍କ ସମୟରେ ଅପରେସନ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଓ ୧୯୮୪ରେ ଦଙ୍ଗା ସବୁ ଘଟଣା ଘଟିଥିଲା । ୧୯୯୪ରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।

୮ – ଆର. ଭେଙ୍କଟରମଣ – ଭାରତର ଅଷ୍ଟମ ରାଷ୍ଟ୍ରପତି ଥିଲେ ରାମାସ୍ୱାମୀ ଭେଙ୍କଟରମଣ । ସେ ଜୁଲାଇ ୨୫, ୧୯୮୭ ରୁ ଜୁଲାଇ ୨୫, ୧୯୯୨ ପର୍ଯ୍ୟନ୍ତ ରାଷ୍ଟ୍ରପତି କାର୍ଯ୍ୟଭାର ସମ୍ଭାଳି ଥିଲେ । ଆର ଭେଙ୍କଟରମଣଙ୍କ ଜନ୍ମ ତାମିଲନାଡ଼ୁରେ ହୋଇଥିଲା ।

୯- ଶଙ୍କର ଦୟାଲ ଶର୍ମା – ଶଙ୍କର ଦୟାଲ ଶର୍ମା ଭାରତର ନବମ ରାଷ୍ଟ୍ରପତି ଥିଲେ । ତାଙ୍କର କାର୍ଯ୍ୟକାଳ ୧୯୯୨ରୁ ୧୯୯୭ ପର୍ଯ୍ୟନ୍ତ ଥିଲା । ରାଷ୍ଟ୍ରପତି ହେବା ପୂର୍ବରୁ ଶର୍ମା ଭାରତର ଅଷ୍ଟମ ଉପରାଷ୍ଟ୍ରପତି ଥିଲେ । ଏହାପୂର୍ବରୁ ସେ ୧୯୫୨ରୁ ୧୯୫୬ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ । ସେ ମଧ୍ୟପ୍ରଦେଶର ଭୋପାଳରେ ଜନ୍ମଗ୍ରହଣ କରିଥିଲେ ।

୧୦ – କେ. ଆର. ନାରାୟଣନ୍ – ତାଙ୍କର ପୁରା ନାମ ହେଲା କୋଚିରେଲ ରମଣ ନାରାୟଣନ୍ । କେ.ଆର ନାରାୟଣନ୍ ୧୯୯୨ରେ ଭାରତର ନବମ ଉପରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିଲେ । ୧୯୯୭ରେ ସେ ଭାରତର ୧୦ମ ରାଷ୍ଟ୍ରପତି ପଦରେ ନିଯୁକ୍ତ ହୋଇଥିଲେ । ଦଳିତ ସମୁଦାୟରୁ ରାଷ୍ଟ୍ରପତି ହୋଇଥିବା ପ୍ରଥମ ରାଜନେତା ହେଲେ କେ.ଆର ନାରାୟଣନ୍ ।

୧୧ – ଏପିଜେ ଅବଦୁଲ କାଲାମ୍ – ଏପିଜେ ଅବଦୁଲ କାଲାମ୍ ଭାରତର ୧୧ ତମ ରାଷ୍ଟ୍ରପତି । ଅବଦୁଲ କାଲାମ୍ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଛନ୍ତି । ସେ ପର୍ବୂରୁ ପେଶାରେ ଜଣେ ବୈଜ୍ଞାନିକ ଥିଲେ । କାଲାମଙ୍କ ଜନ୍ମ ତମିଲନାଡ଼ୁର ରାମେଶ୍ୱରରେ ହୋଇଥଲା । ସେ ମିସାଇଲ ମ୍ୟାନ ରୂପେ ମଧ୍ୟ ପରିଚିତ ।

୧୨ – ପ୍ରତିଭା ପାଟିଲ – ପ୍ରତିଭା ଦେବୀ ସିଂ ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ତଥା ଦେଶର ୧୨ ତମ ରାଷ୍ଟ୍ରପତି । ସେ ରାଜସ୍ଥାନର ରାଜ୍ୟପାଳ ରୂପରେ ମଧ୍ୟ ପୂର୍ବରୁ କାର୍ଯ୍ୟ କରିସାରିଥିଲେ । ସେ ୨୦୦୭ ଜୁଲାଇରୁ ୨୦୧୨ ଜୁଲାଇ ପର୍ଯ୍ୟନ୍ତ ଭାରତ ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିଥିଲେ ।

୧୩ – ପ୍ରଣବ ମୁଖାର୍ଜୀ – ପ୍ରଣବ ମୁଖାର୍ଜୀ ଦେଶର ୧୩ ତମ ରାଷ୍ଟ୍ରପତି ରୂପେ ୨୦୧୨ରୁ ପଦ ସମ୍ଭାଳିଥିଲେ । ରାଷ୍ଟ୍ରପତି ପଦ ସମ୍ଭାଳିବା ପୂର୍ବରୁ ସେ ବୈଦେଶିକ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ ଆଦି ପଦରେ କାମ କରିସାରିଥିିଲେ ।