କୋରାପୁଟରେ ନିରାଶ ହେଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ : ଦଳୀୟ ବୈଠକକୁ ଆସିଲେନି କଂଗ୍ରେସର ୪ ବିଧାୟକ

38

କୋରାପୁଟ : ପଂଚାୟତ ନିର୍ବାଚନ ନେଇ କୋରାପୁଟରେ ମିଟିଂ ଡାକି ନିରାଶ ହୋଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବୈଠକକୁ ଜିଲ୍ଲାର ୪ ଜଣ ବିଧାୟକ ନଆସିବାରୁ ବୈଠକ ଫେଲ ମାରିଛି । ବୈଠକକୁ ଆସିନଥିଲେ ବିଧାୟକ କୈଳାଶ କୁଳସିକା, କୃଷ୍ଣଚନ୍ଦ୍ର ଶଗଡିଅ.ରମେଶ ମାଝୀଓ ତାରାବାହିନୀ ପତି ।

ସେପଟେ ତାରାବାହିନୀ ପତି କହିଛନ୍ତି ବୈଠକକୁ ତାଙ୍କୁ ଡକାଯାଇନଥିଲା । ଆଶ୍ଚର୍ଯ୍ୟର କଥା ହେଉଛି,ଭୁବନେଶ୍ୱରରୁ ଟିମ ଯାଇ ପଂଚାୟତ ରଣନୀତି ପ୍ରସ୍ତୁତ କରୁଛନ୍ତି ପିସିସି ସଭାପତି । କିନ୍ତୁ ଉପସ୍ଥିତ ରହୁନାହାନ୍ତି ସ୍ଥାନୀୟ ବିଧାୟକ । ସେପଟେ ପିିସିସି ସଭାପତି କହିଛନ୍ତି, ପ୍ରତ୍ୟେକ ଦଳର କିଛି କନ୍ଦଳ ଥାଏ । ଆମ ଦଳରେ ବି କନ୍ଦଳ ରହିଛି । ଆମ ମଧ୍ୟରେ କୌଣସି ମତପାର୍ଥକ୍ୟ ନାହିଁ, ଆମେ ସମସ୍ତେ ଏକାଠି ଅଛୁ । ଆଗାମୀ ଦିନରେ ବିଧାୟକ ଓ କର୍ମୀ ମାନଙ୍କୁ ନେଇ ଏକ ବୈଠକ କରାଯିବ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ