ମହାରଥୀଙ୍କୁ ମହାଚ୍ୟାଲେଞ୍ଜ ! ପ୍ରତିଦ୍ୱନ୍ଦ୍ୱୀ ଯୁଧିଷ୍ଠିର ସାମନ୍ତରାୟ କହିଲେ, ଭୁଲିପାରିନି ଅତୀତର ଅତ୍ୟାଚାର

39

କନକ ବ୍ୟୁରୋ : ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ବନାମ ପ୍ରତିଦ୍ୱନ୍ଦୀ ତଥା କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ । ପିପିଲି ରଣକ୍ଷେତ୍ରର ଦୁଇ ମହାରଥୀ । ନିକଟରେ ସଚିବାଳୟରେ ମହାରଥୀଙ୍କ ଚାମ୍ବରରେ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଦେଖିବାକୁ ମିଳିଥିଲା । ଏହି ଦୁଇ ନେତାଙ୍କୁ ଏକାଠି ଦେଖି ସମସ୍ତେ ତାଜୁବ ହୋଇ ଯାଇଥିଲେ । ଦୁଇ ନେତା ଦୀର୍ଘଦିନର ଶତ୍ରୁତାକୁ ଭୁଲି ଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଯୁଧିଷ୍ଠିର ସାମନ୍ତରାୟ ।

ସେ କହିଛନ୍ତି, ମୋ ଉପରେ ହୋଇଥିବା ଅତ୍ୟାଚାରକୁ କେବେ ଭୁଲିପାରିବି ନାହିଁ । ୧୯୯୫ରେ ମହାରଥୀଙ୍କୁ ହରାଇଛି, ଆଉ ଥରେ ତାଙ୍କୁ ନିର୍ବାଚନରେ ହରାଇବା ମୋର ଲକ୍ଷ୍ୟ । ପିପିଲିରେ ମହାରଥୀ ଲଢୁଥିବା ଯାଏଁ, ନିର୍ବାଚନ ଲଢିବି ବୋଲି କହିଛନ୍ତି ଯୁଧିଷ୍ଠିର । ଯୁଧିଷ୍ଠିରଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ମହାରଥୀ ।