ପୁଣି ଆକ୍ସନରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ! ଅଚାନକ ନିଜ ନିର୍ବାଚନମଣ୍ଡଳୀ ପିପିଲି ବ୍ଲକ ଗସ୍ତ

24

କନକ ବ୍ୟୁରୋ : ପୁଣି ଆକ୍ସନରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଆଜି ସେ ଅଚାନକ ନିଜ ନିର୍ବାଚନମଣ୍ଡଳୀ ପିପିଲି ବ୍ଲକ ଗସ୍ତ କରିଛନ୍ତି । ପିପିଲି ବ୍ଲକକୁ ଅଚାନକ ଗସ୍ତବେଳେ ବିଡିଓ ଛୁଟିରେ ଥିଲେ । ଅନ୍ୟ କର୍ମଚାରୀ ବିଳମ୍ବରେ ଆସିଥିବା ଦେଖାଯାଇଥିଲା । ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ କୈଫୟତ ମଗାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ମନ୍ତ୍ରୀ ବାଲିଅନ୍ତା, ସାଲେପୁରକୁ ବି ଅଚାନକ ଗସ୍ତ କରିଥିଲେ । ସେଠାରେ ସେ ଫାଇଲ ଯାଂଚ କରିବା ସହ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।