ଫେରୁଛନ୍ତି ଅଭିନେତ୍ରୀ ଆୟେଶା ! ଫିଲ୍ମ ନୁହେଁ ଆଲବମରେ ଦେଖାଇବେ କମାଲ୍

88

ଟାରଜନ୍ , ଡୋର୍ ,ସଲାମ୍ ଏ ଇସ୍କ ଓ ୱାଣ୍ଟେଡ ପରି ଫିଲ୍ମ କରିବା ପରେ ବଲିଉଡରୁ ପୂରା ଦୂରେଇ ଯାଇଥିଲେ ଆୟେଶା ଟାଙ୍କିଆ । ଫରହାନ୍ ଆଜମୀଙ୍କ ସହ ବିବାହ ପରେ ବଡ ପରଦାରେ ତାଙ୍କୁ ଦର୍ଶକ ଦେଖିବାକୁ ପାଇନଥିଲେ । ଏବେ ପୁଣିଥରେ ନିଜର କମାଲ୍ ଦେଖାଇବା ପାଇଁ ସେ ପ୍ରସ୍ତୁତ ହୋଇଗଲେଣି । ତେବେ ତାଙ୍କର କମବ୍ୟାକ୍ କୈାଣସି ଫିଲ୍ମ ଜରିଆରେ ନୁହେଁ ଏକ ସିଙ୍ଗଲ୍ ଆଲବମ୍ ଜରିଆରେ ହେଉଛି । ଯାହାର ପ୍ରଯୋଜନା କରିଛନ୍ତି ମୂରଲୀ ଅଗ୍ରୱାଲ୍ ଓ ନିର୍ଦ୍ଦେଶନା ଦେଇଛନ୍ତି ଲଭଲି ସିଂହ ଓ ରାହୁଲ୍ ସିଂହ । ନିକଟରେ ଏହାର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମ ନହେଲେ ମଧ୍ୟ କୈାଣସି କର୍ମସିଆଲ୍ ଫିଲ୍ମ ଠାରୁ କମ୍ ଲାଗୁନାହିଁ । ଏହାର ଟାଇଟଲ୍ ରହିଛି ‘ଜିନ୍ଦେଗୀ ୟେ ଜିନ୍ଦେଗୀ ’ ।

ଲଭଲୀ ସିଂହଙ୍କ କହିବାନୁଯାୟୀ , ଏହା ଫିଲ୍ମ ନହେଲେ ମଧ୍ୟ ଏଥିରେ ଏକ କାହାଣୀ ରହିଛି । ବିକ୍ରି ହେବାରୁ ନି ସାନ ଭଉଣୀକୁ ଅନେକ ସମସ୍ୟା ସହ ଲଢି ମୁକ୍ତ କରୁଥିବା ବଡ ଭଉଣୀର କାହାଣୀ ଦର୍ଶାଯାଇଛି ଏହି ଗୀତରେ । ଏହାର ଭିଡିଓ ଯେତେବେଳେ ସୁଟିଂ କରିବା ପାଇଁ ଚାହିଁଲି ମୁଁ ଆୟେଶାଙ୍କ ସହ ଆଲୋଚନା କରିଥିଲି । ସେ ସଙ୍ଗେ ସଙ୍ଗେ କରିବା ପାଇଁ ରାଜି ହୋଇଯାଇଥିଲେ । ଏବେ ଆୟେଶାଙ୍କର ଆଲବମ୍ ତ ରିଲିଜ୍ ହେବାକୁ ଯାଉଛି , ଅପେକ୍ଷା ରହିଲା ଫିଲ୍ମ କେବେ କରିବେ ।