ଗଛ ତଳେ ମତଦାନ : ନକ୍ସଲଙ୍କ ଧମକକୁ ଖାତିର ନକରି ଅତିସମ୍ବେଦନଶୀଳ ଅଂଚଳରେ ଗଛ ତଳେ ଚାଲିଛି ଭୋଟିଂ

ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ

134

କନକ ବ୍ୟୁରୋ: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ନକ୍ସଲ ପ୍ରବଣ ସୁକମା ଜିଲ୍ଲାରେ କଡା ସୁରକ୍ଷା ମଧ୍ୟରେ ମଧ୍ୟରେ ଚାଲିଛି ଭୋଟଦାନ । ନକ୍ସଲଙ୍କ ମଧମକ ସତ୍ୱେ ଲୋକେ ଆଗ୍ରହର ସହ ଭୋଟ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି । ଏପରିକି ଗଛତଳେ ଭୋଟଦାନ କେନ୍ଦ୍ର କରାଯାଇଛି । ଏଠାରେ ସ୍ଥାନୀୟ ଲୋକେ ଆସି ଭୋଟ ଦେଉଛନ୍ତି । ଏଠାରେ ସ୍ଥାନୀୟ ଲୋକେ ଆଗ୍ରହ ସହ ଆସି ଭୋଟ ଦେଉଛନ୍ତି । ସୁକମା ଜିଲ୍ଲାର ଅତି ସମ୍ବେଦନଶୀଳ  ଭେଜି ଓ ବାନ୍ଦା ମତଦାନ କେନ୍ଦ୍ରରେ  କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ । ସମଗ୍ର ଜିଲ୍ଲୀରେ ୧୩ ହଜାରରୁ ପୋଲିସ ଓ ଯବାନ ନିୟୋଜିତ ଅଛନ୍ତି ।

ଉଲ୍ଲେଖ ଥାଉ କି, ଆଜି ଛତିଶଗଡ ବିଧାନସଭା ପାଇଁ ୧୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୩୧ ଲକ୍ଷ ୭୯ ହଜାର ୫୨୦ ଭୋଟର ୧୯୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଅନେକ ସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ।  ୧୦ଟି ନିର୍ବାଚନ ମଣ୍ଡଳୀର ବୁଥ୍ରେ ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅନ୍ୟ ୮ଟି ନିର୍ବାଚନମଣ୍ଡଳୀର ବୁଥ୍ରେ ସକାଳ ୮ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ ପଡିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୩୩୬ଟି ପୋଲିଂ ବୁଥ୍ କରାଯାଇଛି ।

 

 

ବୁଥଗୁଡିକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଡ୍ରୋନ କ୍ୟାମେରା ସହାୟତାରେ ସ୍ୱତନ୍ତ୍ର ନଜର ରଖିଛନ୍ତି ସୁରକ୍ଷାବଳ । ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ନକ୍ସଲ ପ୍ରବଣ ଅଂଚଳ । ଭୋଟ ବର୍ଜନ କରିବାକୁ ମାଓବାଦୀ ଆହ୍ୱାନ ଦେଇଥିବାରୁ  ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବସ୍ତର ଅଂଚଳର ୭ଟି ମାଓ ପ୍ରଭାବିତ ଜିଲ୍ଲା ଓ ରାଜନନ୍ଦଗାଓଁ ଜିଲ୍ଲାରେ ଆଜି ଭୋଟ ଗ୍ରହଣ ହେବ । ଅତି ନକ୍ସଲ ପ୍ରଭାବିତ ଅଂଚଳ ଗୁଡିକରେ ୧୨ଟି ହେଲିକପ୍ଟର ସହାୟତାରେ ପୋଲିଂ ପାର୍ଟିଙ୍କୁ ପହଁଚାଯାଇଛି ।