ପଂଚାୟତ ଫଳାଫଳ ପରେ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପର ପର୍ବ

27

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ସମସ୍ତ ପ୍ରମୁଖ ରାଜନୈତିକ ଦଳଙ୍କ ସମୀକ୍ଷା ପୂର୍ବରୁ ଚାଲିଛି କାରଣ ଖୋଜା । କିଏ, କେଉଁଠି, କାହିଁକି ହରାଇଲା ଆସନ ସେନେଇ ଚାଲିଛି ତର୍ଜମା । ଆଉ ଏହାରି ଭତିରେ ଆରମ୍ଭ ହୋଇଯାଇଛି ଆରୋପ, ପ୍ରତ୍ୟାରୋପର ପର୍ବ । ଓଡିଶା ରାଜନୀତିରେ ହଠାତ୍ ଗେରୁଆ ଦଳର ଅଭୁଦୟ ଶାସକ ଦଳକୁ ବିଚଳତି କରିଦେଇଛି ।

କାରଣ ଅସ୍ୱାଭାବିକ ଭାବେ ଶାସକ ଦଳ କବଜାରୁ ଚାଲିଯାଇଛି ପ୍ରାୟ ୧୮୦ ଜିଲ୍ଲାପରିଷଦ ଆସନ । ଅପ୍ରତିଦ୍ୱନ୍ଦ୍ୱୀ ନେତା ନବୀନଙ୍କ ବିକଳ୍ପ ଭାବେ ଅନେକ ସ୍ଥାନରେ ବିଜେପିକୁ ବାଛିଛନ୍ତି ଲୋକେ । ସେହିପରି ଦୁଇ ନମ୍ବର ଦଳ କଂଗ୍ରେସକୁ ରାଜ୍ୟର ଅଧା ଜିଲ୍ଲାରେ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ପଂଚାୟତ ନିର୍ବାଚନ ଫଳ କଂଗ୍ରେସକୁ ତିନି ନମ୍ବର ସ୍ଥାନକୁ ଠେଲି ଦେଇଛି

୨୦୧୨ରେ ୧୨୮ ଆସନକୁ ୨୦୧୭ରେ ମାତ୍ର ୬୩ । ବିଜେଡି ପ୍ରତି ଅସନ୍ତୁଷ୍ଟ ଲୋକେ କଂଗ୍ରେସକୁ ନୁହେଁ ବରଂ ବିଜେପିକୁ ବିକଳ୍ପ ଭାବେ ବାଛିଛନ୍ତି । ଆଉ ପାଖାପାଖି ୮ଗୁଣା ଅଧିକ ଆସନ ପାଇଥିବାରୁ ଭାରତୀୟ ଜନତା ପାର୍ଟି କ୍ୟାମ୍ପରେ ଉତ୍ସବର ମାହୋଲ । ଓଡିଶାବାସୀ ବିକଳ୍ପ ରାଜନୀତି ପାଇଁ କଡ ଲେଉଟାଇଲେଣି ବୋଲି ଦାବି କରୁଛି ବିଜେପି । ଏହି ଧାରା ଜାରି ରହିଲେ ୨୦୧୯ରେ ଦଳ ସରକାର ଗଢିବ ବୋଲି ମଧ୍ୟ କହିଲାଣି । ଆଉ ଅର୍ଥ ଓ ବାହୁବଳ ଆଗରେ କଂଗ୍ରେସ ହାର ମାନିଥିବା କହୁଛି ।

ଚଳିତ ପଂଚାୟତ ନିର୍ବାଚନ ଫଳ ନିଶ୍ଚିତ ଭାବେ ଶାସକ ଦଳକୁ ଚମକାଇ ଦେଇଛି । ଦୋଷ, ଦୁର୍ବଳତାକୁ ସମୀକ୍ଷା କରି ଦଳ ପୁଣି ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କରିବ ବୋଲି ସଂକେତ ଦେଇସାରିଲାଣି । ସେପଟେ ବିଜେପି ତାର ବିଜେପି ତାର ବିଜୟଧାରା ଅବ୍ୟାହାର ରଖିବାକୁ ଚେଷ୍ଟା କରିବ । ଆଉ କଂଗ୍ରେସ ପାଇଁ ସତର୍କ ଘଂଟି ବଜାଇ ସାରିଥିବା ଗାଁ ଭୋଟରଙ୍କ ଆସ୍ଥା ପୁଣି ଫେରିପାଇବାକୁ ଚେଷ୍ଟା କରିବ ଦଳ ।