ସୁନ୍ଦରଗଡ : ବିଜେପି ନେତାଙ୍କ ବିରୋଧରେ ଧର୍ଷଣ ଅଭିଯୋଗ ଘଟଣାରେ ନୂଆ ମୋଡ

23

କନକ ବ୍ୟୁରୋ : ସୁନ୍ଦରଗଡ ବିଜେପି ନେତାଙ୍କ ବିରୋଧରେ ଧର୍ଷଣ ଅଭିଯୋଗ ଘଟଣା ନେଇଛି ନୂଆ ମୋଡ । କାରଣ ଅଭିଯୁକ୍ତଙ୍କ ପତ୍ନୀ ଆଣିଛନ୍ତି ପୀଡିତାଙ୍କ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ । କହିଛନ୍ତି ଧର୍ଷଣ ଉଦ୍ୟମ କରି ବିଫଳ ହେବା ପରେ, ରାଗରଖି ପତ୍ନୀଙ୍କ ମାଧ୍ୟମରେ ଲଗାଇଛନ୍ତି ମିଥ୍ୟା ଆରୋପ ।

୨୪ ଫେବ୍ରୁଆରୀ ୨୦୧୭ । ବରସୁଆଁ ତଳବଜାରର ଜଣେ ଆଙ୍ଗନୱାର୍ଡି କର୍ମୀ ବିଜେପି ନେତା ବାଗୁନ ଗାଗରାଇଙ୍କ ନାଁରେ ଆଣିଥିଲେ ସଂଗୀନ ଅଭିଯୋଗ । ଛୁରୀ ମୁନରେ ତାଙ୍କୁ ଘରେ ପଶି ବଳାକ୍ରାର କରିଥିବା ଅଭିଯୋଗରେ ରାଉରକେଲା ମହିଳା ଥାନାରେ ଫେରାଦ ହେଲେ । ରାଜନୈତିକ ପ୍ରତିହିଂସାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା କହିଲେ ।

ଅଭିଯୁକ୍ତ ବାଗୁନ ଗାଗରାଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଖାସ ହୋଇଥିବାରୁ ତାଙ୍କୁୁ ପୋଲିସ ହାତ ମାରୁନଥିବା ଅଭିଯୋଗ କରିଥିଲେ ପୀଡିତା ଆଙ୍ଗନୱାଡି କର୍ମୀ ଓ ତାଙ୍କ ସ୍ୱାମୀ । ଏନେଇ ଜୁଏଲ ରଖିଛନ୍ତି ଜବାବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହେଁ ବିଜେପି କର୍ମୀ । ଆଉ ଚଳିତ ପଂଚାୟତ ନିର୍ବାଚନରେ ପରସ୍ପରର ବିରୋଧୀ ହୋଇଥିବାରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।