ଦୁଇ ଚକିଆ ଯାନ କିଣିଲେ ମହିଳାଙ୍କୁ ସବସିଡ଼୍ ଦେବେ ଏଆଇଏଡ଼ିମକେ ସରକାର ! ପ୍ରଧାନମନ୍ତ୍ରୀ ମୋଦି କରିବେ ଯୋଜନାର ଶୁଭାରମ୍ଭ

28

କନକ ବ୍ୟୁରୋ : ଦୁଇଜକିଆ ଯାନ କିଣିଲେ ମହିଳାଙ୍କୁ ମିଳିବ ସବସିଡ଼୍ । ତାମିଲନାଡ଼ୁରେ ଆରମ୍ଭ ହେଉଛି ଯୋଜନା । ଆଜି ପ୍ରଧାନମନ୍ତ୍ରୀ ମୋଦି, ଏଆଇଏଡ଼ିମକେ ସରକାରଙ୍କ ତରଫରୁ ଏହି ଯୋଜାନର ଶୁଭାରମ୍ଭ କରିବେ । ମହିଳାମାନେ ଦୁଇ ଚକିଆ ଯାନ କିଣିଲେ ତାଙ୍କୁ ୨୫ ହଜାର ଟଙ୍କାର ସବସିଡ଼୍ ପ୍ରଦାନ କରାଯିବ । କର୍ମଜୀବି ମହିଳାଙ୍କ ପାଇଁ ହିଁ ଏହି ଯୋଜନା ଆରମ୍ଭ ହେଉଛି । ଏହି ଯୋଜନାକୁ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜନ୍ମଦିନରେ ଆରମ୍ଭ କରାଯାଉଛି । ସୂଚନା ଅନୁସାରେ ଜୟଲଳିଳା ପୂର୍ବରୁ ବିଧାନସଭାରେ ଏହି ଯୋଜନା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ଯୋଜନାର ନାମ ରଖାଯାଇଛି ‘ଅମ୍ମା ଟୁ–ହ୍ୱିଟଲର ସ୍କିମ୍’ ।

ସୂଚନାଯୋଗ୍ୟ ଏହି ଯୋଜନା ଅନୁସାରେ କର୍ମଜୀବି ମହିଳାମାନେ ହିଁ ଦୁଇ ଚକିଆ ଯାନ କିଣିଲେ, ରାଜ୍ୟ ସରକାର ୨୫୦୦୦ ସବସିଡ଼ି ପ୍ରଦାନ କରିବେ । ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ୭୦ ତମ ଜୟନ୍ତୀରେ ଆଜି ଏହି ଯୋଜନାର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନା ଶୁଭାରମ୍ଭ କରିବା ଉଦ୍ଦେଶ୍ୟରେ ଆଜି ଚେନ୍ନାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେ ସେଠାରେ ମହିଳାଙ୍କ ପାଇଁ ହୋଇଥିବା ଏହି ମହତ୍ୱାକାକ୍ଷୀର ଯୋଜାନର ଶୁଭାରମ୍ଭ କରିବେ ।