ରାଜନୀତିରେ ବନାବିରା ଆକ୍ରମଣ ଘଟଣା ! ମୃତ ଡ୍ରାଇଭରଙ୍କୁ ଶ୍ରଦ୍ଧାଂଜଳି ଦେଲେ ବିଜେଡି ସୁପ୍ରିମୋ ନବୀନ, ଦିଲେଶ୍ୱରଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବାକୁ ଘୋଷଣା

28

କନକ ବ୍ୟୁରୋ: ରାଜନୀତିରେ ବନାବିରା ଆକ୍ରମଣ ଘଟଣା । ମୃତ ଡ୍ରାଇଭର ଦିଲେଶ୍ୱର ସାହୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ପାର୍ଟି ଅଫିସରେ ଏକ ମିନିଟର ନୀରବ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତ ଦିଲେଶ୍ୱରଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବିଜେଡି ବହନ କରିବ ବୋଲି ଘୋଷଣା କରିଛନ୍ତି ନବୀନ । ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ବର୍ବରତାକୁ ବରଦାସ୍ତ କରାଯିବ ନାହିଁ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ନବୀନ କହିଛନ୍ତି । ଦିଲେଶ୍ୱରଙ୍କ ମୃତଦେହକୁ ଏକ ଶୋଭାଯାତ୍ରାରେ ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଂଜଳି ଜଣାଇଥିଲେ ।

ଉଲ୍ଲେଖ ଥାଉ କି, ବିଜେପୁରରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ ଗୁରୁତର ଆହତ ଡ୍ରାଇଭରଙ୍କ କଟକର ଏସସିବିରେ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ନାଁ ଦିଲେଶ୍ୱର ସାହୁ । ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ଅଣାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଗୁରୁବାର ରାତିରେ ଗାଡ଼ିରେ ସହଯୋଗୀଙ୍କ ସହ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଯାଉଥିବାବେଳେ ସୋହେଲା ବ୍ଲକ ବନାବିରା ଅଂଚଳରେ ସେମାନଙ୍କ ଉପରେ ହୋଇଥିଲା ଅତର୍କିତ ଆକ୍ରମଣ । ଅଭିଯୋଗ ଅନୁସାରେ ହଠାତ ଗାଡ଼ି ଉପରକୁ ହୋଇଥିଲା ଟେକା ପଥର ମାଡ ଓ ଗୁଳିମାଡ । ଏଥିରେ ଆହତ ହୋଇଥିଲେ ସୁବ୍ରତ ସିଂ । ତାଙ୍କ ସହ ଗାଡି଼ ମାଲିକ ଓ ଡ୍ରାଇଭର ଆହତ ହୋଇଥିଲେ ।