ଆଜି ଖୋଲିବ କେଦାରନାଥ ମନ୍ଦିରର କବାଟ ! ପ୍ରଥମେ ଦର୍ଶନ କରିବେ ମୋଦି

36

କନକ ବ୍ୟୁରୋ: ଆଜି ଉତରାଖଣ୍ଡର ପ୍ରସିଦ୍ଧ କେଦାରନାଥଙ୍କ ଦର୍ଶନ ଆରମ୍ଭ ହେବ । କିଛି ସମୟ ପରେ ଭକ୍ତଙ୍କ ପାଇଁ ମନ୍ଦିରର କବାଟ ଖୋଲିବ । ଆଉ ପ୍ରଥମେ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଓ ଭକ୍ତ କେଦାରନାଥରେ ପହଂଚିସାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କେଦାରନାଥଙ୍କ ପ୍ରଥମ ଦର୍ଶନ ପରେ ରୁଦ୍ରାଭିଷେକ କରିବେ । ଉତରପ୍ରଦେଶ ନିର୍ବାଚନବେଳେ କାଶୀ ବିଶ୍ୱନାଥ ମନ୍ଦିରରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ରାଭିଷେକ କରିଥିଲେ । ୨୦୧୩ରେ ଉତରାଖଣ୍ଡ ବନ୍ୟା ପରେ କେଦାରନାଥ ପ୍ରଭାବିତ ହୋଇଥିଲା । କେଦାରନାଥଙ୍କୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆସିବା ବି କମିଯାଇଥିଲା ।