ଗଞ୍ଜାମର ଭଂଜନଗରରେ ଏନକାଉଂଟର ! ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ସ୍ୱାଇଁ ଗୁରୁତର

27

କନକ ବ୍ୟୁରୋ: ଗଂଜାମର ଭଂଜନଗରରେ ଇଙ୍ଗ ଏନକାଉଂଟର ହୋଇଛି । ଏହି ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ସ୍ୱାଇଁ ଆହତ ହୋଇଛି । ବାପିର ଦୁଇଟିଯାକ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଭଂଜନଗର ମେଡିକାଲରେ ଭର୍ତି କରାଯାଇଛି । ବାପି ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ଅଛି ।

ତେବେ ଏନକାଂଉଟର ସ୍ଥଳରୁ ମାରଣାସ୍ତ୍ର ଓ ଅଫୁଟା ଗୁଳି ଜବତ ହୋଇଛି । ୩ ମାସ ତଳେ ବାପି ଜେଲରୁ ବାହାରିଥିଲା । ଏନକାଉଂଟରରେ ଜଗନ୍ନାଥପ୍ରସାଦ ଆଇଆଇସି ସୁଶାନ୍ତ ସେଠୀଙ୍କ ସମେତ ୩ ପୋଲିସ ଆହତ ହୋଇଛନ୍ତି । ଅପରେସନ କ୍ଲିନ୍ ସ୍ୱିପ୍ ଅଧିନରେ ଏହି ଏନକାଉଂଟର କରିଛନ୍ତି ଏସପି ଆଶିଷ ସିଂହ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –