ଆଜି ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କୁ ଦେବେ ପୁରସ୍କାର । ଦେଶର ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଲେଖାଏଁ ଟଙ୍କା

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଚାଷୀମାନଙ୍କୁ ଏକ ବଡ ଉପହାର ଦେବା ପାଇଁ ଯାଉଛନ୍ତି

205

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଚାଷୀମାନଙ୍କୁ ଏକ ବଡ ଉପହାର ଦେବା ପାଇଁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ ଆରମ୍ଭ କରିବା ପାଇଁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ଦେଶର ୧୨କୋଟି କୃଷକଙ୍କ ଖାତାକୁ ଏହି ଯୋଜନାରେ ଟଙ୍କା ଯିବ । ତେବେ ଏହି ଯୋଜନା ଆରମ୍ଭ ହେବା ପୂର୍ବରୁ ମୋଦି ଏକ ଟ୍ୱିଟ କରିଥିଲେ ଓ କହିଥିଲେ ଯେ, ରବିବାର ଦେଶ ପାଇଁ ଐତିହାସିକ ଦିନ ହେବ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଗୋରଖପୁରଠାରେ ହିଁ ଆରମ୍ଭ ହେବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,ଏହା ଏପରି ଏକ ଯୋଜନା ଯେଉଁ ଯୋଜନାରେ ଭାରତର ଅନେକ ଚାଷୀ ଲାଭବାନ ହେବେ । କାରଣ ସେମାନଙ୍କ ପାଇଁ ଆମେ ମାନେ ଖାଦ୍ୟ ପାଇପାରୁଛୁ । ପୂର୍ବରୁ ମୋଦି ସରକାର ଅନ୍ତରୀଣ ବଜେଟରେ କିଷାନ ପାଇଁ ଏହି ଯୋଜନାର ଘୋଷଣା କରିଥିଲେ । ଦେଶର ୧୨ କୋଟି ଚାଷୀଙ୍କ ଖାତାକୁ ଏହି ଯୋଜନା ମାଧ୍ୟମରେ ୨ ହଜାର ଟଙ୍କା ଲେଖାଏଁ ଯିବ । ତେବେ ଏହି ଯୋଜନାରେ ସେହିମାନଙ୍କୁ ଟଙ୍କା ମିଳିବ ଯେଉଁମାନଙ୍କ ପାଖରେ ୨ ହେକ୍ଟର କିମ୍ବା ତାହାଠାରୁ କମ ଜମି ଥିବ ।

ତେବେ କିଷାନଙ୍କ ପାଇଁ ମୋଦି ସରକାର ଏପରି ଯୋଜନାର ଘୋଷଣା କରିବା ପରେ ସାରା ଦେଶରେ ଏହାକୁ ସ୍ୱାଗତ କରାଯାଇଛି । କେବଳ ଏତିକି ନୁହେଁ ମିଳିବାକୁ ଥିବା ଟଙ୍କାରେ ଚାଷୀମାନେ ନିଜ କ୍ଷତରେ ଲଗାଇପାରିବେ ଯାହାଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି କେନ୍ଦ୍ର ସରକାର କହିଛନ୍ତି । କେବଳ ଏତିକି ନୁହେଁ ବରଂ କିପରି ଭାବରେ ଏହି ଯୋଜନାରେ କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ବୋଲି ସୂଚନା ରହିଛି ।