ୟୁପି ବୃନ୍ଦାବନରେ ୩ଶହ ଗରିବ ପିଲାଙ୍କୁ ଖାଦ୍ୟ ପରଷିଲେ ପ୍ରଧାନମନ୍ତ୍ରୀ ! ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ହେଲେ ସାମିଲ

95

କନକ ବ୍ୟୁରୋ : ୟୁପି ବୃନ୍ଦାବନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ଯୋଗ ଦେଇଛନ୍ତି । ଏହି ସମୟରେ ଗରିବ ସ୍କୁଲ ପିଲାଙ୍କୁ ମୋଦି ନିଜ ହାତରେ ଖାଦ୍ୟ ପରଷିଛନ୍ତି । ପାଖାପାଖି ୩ଶହ ଗରିବ ପିଲାଙ୍କୁ ମୋଦି ନିଜ ହାତରେ ଖାଦ୍ୟ ପରଷିଛନ୍ତି । ସେଠାରେ ମୋଦି ଦାନର ପ୍ରକୃତ ଅର୍ଥ ବୁଝାଇଛନ୍ତି ।

ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉପରେ ମୋଦି ଜୋର ଦେଇଛନ୍ତି । ଖାଦ୍ୟପାନିୟ,ଟୀକାକରଣ,ଓ ସ୍ୱଚ୍ଛତା ବାଲ୍ୟ ସୁରକ୍ଷାର ୩ଟି ସୂତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟୀକାକରଣ ଅଭିଯାନ ମିଶନ ମୋଡରେ କାମ କରୁଛି ବୋଲି ଏହି ଅବସରରେ ମୋଦି କହିଛନ୍ତି । ମିଶନ ଇନ୍ଦ୍ରଧନୂଷରେ ପାଖାପାଖି ୩ କୋଟି ୪୦ଲକ୍ଷ ଶିଶୁ ଓ ୯୦ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି ।

ବୃନ୍ଦାବନର ଚନ୍ଦ୍ରୋଦୟ ମନ୍ଦିରରେ ଆୟୋଜିତ କାର‌୍ୟ୍ୟକ୍ରମରେ ପିଲାମାନଙ୍କୁ ଭୋଜନ ବିତରଣ କରାଯାଇଛି । କାର‌୍ୟ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଡକର, ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, ମଥୁରା ସାଂସଦ ହେମାମାଳିନୀ ସମେତ ସରକାରଙ୍କ କିଛି ଅନ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ ।