ଟିମ୍ ଇଣ୍ଡିଆ ଜିତିବ ୨୦୧୯ ବିଶ୍ୱକପ୍ ! ଅଷ୍ଟ୍ରେଲିଆ ବି ଅଛି ରେସରେ, ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ।
କ୍ରିକେଟ ଜଗତର ବଡ ଟୁର୍ଣ୍ଣାମେଣ୍ଟ ତଥା ୨୦୧୯ ବିଶ୍ୱକପ ପାଇଁ ସମସ୍ତ ଦେଶ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚଳିତବର୍ଷ ଇଂଲଣ୍ଡରେ ହେବାକୁ ଯାଉଥିବା ବିଶ୍ୱକପ ପୂର୍ବରୁ ଏବେଠାରୁ ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା । ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡର ବର୍ତ୍ତମାନର ପ୍ରଦର୍ଶନ ଭଲ ରହିଛି । ଯେଉଁଥିପାଇଁ ଏହି ଦୁଇ ଦଳ ବିଶ୍ୱକପ ହାତେଇବାର ଅଧିକ ସମ୍ଭାବନା ରହିଛି । ସେହିପରି ଅଷ୍ଟ୍ରେଲିଆ ମଧ୍ୟ ଏହି ରେସର ଥିବା ପଣ୍ଟିଂ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲିଆ ଦଳର ଆସିଷ୍ଟାଣ୍ଟ କୋଚ ଭାବେ ବର୍ତ୍ତମାନ ଦାୟିତ୍ୱ ତୁଲାଉଥିବା ରିକି ପଣ୍ଟିଂ ବିଶ୍ୱକପକୁ ନେଇ କିଛି ମନ୍ତବ୍ୟ ରଖିଛନ୍ତି । ତେବେ ବଲ ଟାମ୍ପରିଂ ମାମଲାରେ ନିଲମ୍ବିତ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏବଂ ଉପଅଧିନାୟକ ଡେଭିଡ୍ ୱାର୍ନରଙ୍କ ପ୍ରତ୍ୟାବର୍ତ୍ତନ ପରେ ମେ ମାସ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁ ଯାଉଥିବା ଏହି ବଡ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ମଧ୍ୟ ବିଜୟ ଲାଭ କରିପାରିବ । ତେବେ ସବୁଠାରୁ ବଡ କଥା ହେଉଛି, ଶେଷ ୨୬ଟି ଦିନିକିଆ ମ୍ୟାଚରୁ ଅଷ୍ଟ୍ରେଲିଆ ମାତ୍ର ୪ଟି ମ୍ୟାଚ ଜିତିବାରେ ସଫଳ ହୋଇପାରିଛି ।