ପାଂଚ ଦିନ ହେବ ବନ୍ଦ ଅଛି ଫୁଲବାଣୀ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ! ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

36

କନକ ବ୍ୟୁରୋ : ପାଂଚ ଦିନ ହେବ ବନ୍ଦ ଅଛି ଫୁଲବାଣୀ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର । ଯାହାଦ୍ୱାରା ଭିନ୍ନକ୍ଷମ, ପାରାଲିସିସ୍ ଓ ଅସ୍ଥିଶଲ୍ୟ ବିଭାଗର ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ରୋଗୀସେବା କରୁଥିବା କର୍ମଚାରୀମାନେ ଦରମାବୃଦ୍ଧି ଲାଗି ହରତାଳ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ଦୂରଦୂରାନ୍ତରୁ ଚିକିତ୍ସାପାଇଁ ଆସୁଥିବାରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଚିକିତ୍ସା ସେବା ପାଉନାହାଁନ୍ତି । ରୋଗୀଙ୍କୁ ଏଠି କମ୍ ଟଙ୍କାରେ ଚିକିତ୍ସା ମିଳୁଥିବା ବେଳେ ଫିଜିଓଥେରାଫିର ବ୍ୟବସ୍ଥା ମିଳୁଥିଲା ଯାହା ଏବେ ମିଳିପାରୁନାହିଁ । ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।