ଭରତପୁର ସଂରକ୍ଷିତ ଜଙ୍ଗଲରୁ ଗିରଫ ହେଲା ଅଜବ ଶିକାରୀ ! ଦୁଇଟି ଯାକ ହାତ ନଥାଇ ବି ଶିକାରରେ ଓସ୍ତାଦ

25

କନକ ବ୍ୟୁରୋ : ଗିରଫ ହେଲା ବନ୍ୟଜନ୍ତୁ ଶିକାରୀ । ଭୁବନେଶ୍ୱର ଉପକଣ୍ଠ ଭରତପୁର ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଏହାସହ ତାଙ୍କ ପାଖରୁ ଏକ ବନ୍ଧୁକ ଜବତ ହୋଇଛି । ସବୁଠାରୁ ବଡ କଥା ହେଉଛି ଶିକାରୀ ଜଣଙ୍କର ଦୁଇଟି ଯାକ ହାତ ନାହିଁ । ହେଲେ ସେ ବନ୍ୟଜନ୍ତୁ ଶିକାର କରିବାରେ ମାହିର ।

ଏମିତି ଏକ ଅଜବ ଶିକାରୀଙ୍କୁ ଦେଖି ବନ ବିଭାଗର କର୍ମଚାରୀ ବି ତାଜୁବ୍ ହୋଇଯାଇଛନ୍ତି । ଶିକାରୀର ଦୁଇଟି ଯାକ ହାତ କହୁଣୀ ତଳରୁ କଟି ଯାଇଛି । ତଥାପି ଦୁଇ କଟା ହାତରେ ବନ୍ଧୁକ ଧରି ସେ ବନ୍ୟଜନ୍ତୁ ଶିକାର କରିବାରେ ବେଶ ପାରଙ୍ଗମ । ପୂର୍ବରୁ ମଧ୍ୟ ଭରତପୁର ଜଙ୍ଗଲ ଓ ଅନ୍ୟ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ଜଙ୍ଗଲି ଜନ୍ତୁ ଶିକାର କରିବା ଅଭିଯୋଗ ତା ନାଁରେ ରହିଛି । ଭରତପୁର ସଂରକ୍ଷିତ ଜଙ୍ଗଲ ଭୁବନେଶ୍ୱରର କଂକ୍ରିଟ ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କର ଏକ ନିରାପଦ ଆଶ୍ରୟସ୍ଥଳ ପାଲଟିଥିବା ବେଳେ ଏଠାରେ ବେଧଡକ ଶିକାରକୁ ନେଇ ଚିନ୍ତା ପ୍ରକଟ କରିଛି ବନ ବିଭାଗ ।