ଲଗାତାର ଦ୍ୱିତୀୟ ଲାଗି କମିଲା ତେଲ ଦର : ପେଟ୍ରୋଲ ୭ ପଇସା ଓ ଡିଜେଲ ୫ ପଇସା ଶସ୍ତା

39

କନକ ବ୍ୟୁରୋ : ଲଗାତାର ଦ୍ୱିତୀୟ ଲାଗି ଠକିଗଲେ ଜନତା । ପେଟ୍ରୋଲ ଓ ଡିଜେଲ ଦର ଗତକାଲି ୧ ପଇସା କମିଥିବାବେଳେ ଆଜି ବି ଦର ସାମାନ୍ୟ କମିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭ ପଇସା କମିଥିବାବେଳେ ଡିଜେଲ ୫ ପଇସା ଶସ୍ତା ହୋଇଛି । ଏହାଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଚ୍ଛା ୭୭ ଟଙ୍କା ୧୫ ପଇସା ଥିବାବେବେଳେ ଡିଜେଲ ଲିଟର ପିଚ୍ଛା ୭୪ ଟଙ୍କା ୨୪ ପଇସା ରହିଛି । ତେବେ କାହିଁକି ଭାରତରେ ଚଢା ରହିଛି ତେଲଦର ସେ ବାବଦରେ ପୁଣଥରେ ଜାତୀୟ ଗଣମାଧ୍ୟମରେ ସଫେଇ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Petrol price
image courtesy – www.indiacarnews.com

ସେ କହିଛନ୍ତି ବିଶ୍ୱର ତେଲ ଉତ୍ପାଦନକାରୀ କମ୍ପାନି ଉତ୍ପାଦନ କମାଇ ଦେଇଛନ୍ତି । ଅନ୍ତର୍ଜାତୀୟ ଚାପ କାରଣରୁ ଏହି ଦେଶଗୁଡିକ ତେଲ ଉତ୍ପାଦନ ବଢାଇବାକୁ ସଂକେତ ଦେଇଛନ୍ତି । ସାଉଦି ଆରବ, ଋଷିଆ ପରି ଦେଶ ତୈଳ ଉତ୍ପାଦନ ବଢାଇବାକୁ ସଂକେତ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ମୂଳକଥା ହେଉଛି ଓପେକ ପରି ଉତ୍ପାଦନକାରୀ ରାଷ୍ଟ୍ରଙ୍କୁ ଅଧିକ ମୂଲ୍ୟ ଦରକାର ଏବଂ ଭାରତ ପରି ବ୍ୟବହାରକାରୀ ରାଷ୍ଟ୍ରକୁ କମ ମୂଲ୍ୟରେ ତେଲ ଦରକାର । ସେହିପରି ଇରାକକୁ ଆର୍ଥିକ ଅନୁଦାନ, ଭେନେଜୁଏଲାରେ ରାଜନୈତିକ ଅସ୍ଥିରତା ଏବଂ ସିରିଆ ଉପରେ ଆକ୍ରମଣ ଫଳରେ ତୈଳ ଉତ୍ପାଦନକାରୀ ଦେଶ ଏବଂ ବଜାରରେ ଯେଉଁ ଅସ୍ଥିରତା ଆସିଛି ତାର ପ୍ରଭାବ ଅଶୋଧିତ ତେଲ ଦର ଉପରେ ପଡିଛି । ଏବଂ ଏହା ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ବୃଦ୍ଧି କରୁଛି ବୋଲି ସେ କହିଛନ୍ତି ।