ଆଉ ଚଲାଇ ହେବନି ଗାଡ଼ି ! ୭୫ ଟପିଲାଣି ପେଟ୍ରୋଲ ଦର, ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ସରକାରଙ୍କ ବିଚାର

31

କନକ ବ୍ୟୁରୋ : ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ପାର କରିଥିବାବେଳେ ଡିଜେଲ ଦର ୭୦ ଟପିଛି । ଏପରିକି ୫ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ଏଭଳି ସ୍ଥିତିରେ ଉତ୍ପାଦ ଶୁକ୍ଳ କମାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । ଉତ୍ପାଦ ଶୁଳ୍କ ହ୍ରାସ ହେଲେ ପେଟ୍ରୋଲ ଓ ଡିଜେଲ ଦର କମିବ ଓ ଏହା ଲୋକଙ୍କ ପାଇଁ କିଛି ଆଶ୍ୱସ୍ତି ଆଣିଦେବ । ଗତକାଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବି ଏ ନେଇ ସଙ୍କେତ ଦେଇଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ତୈଳ ଦର ବୃଦ୍ଧି ନେଇ ସରକାର ଚିନ୍ତିତ ଅଛନ୍ତି । ଏ ନେଇ ସରକାର ଖୁବଶୀଘ୍ର ନିଷ୍ପତି ନେବେ । କର୍ଣ୍ଣାଟକ ନିର୍ବାଚନ ପରେ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଦରବୃଦ୍ଧି ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୦ ଡଲାରରୁ ଅଧିକ ସ୍ତରରେ ରହିଛି । ସେହିପରି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୬୮ ଟଙ୍କା ଉପରେ ପହଁଚିଛି । ଏହି ଦୁଇ କାରଣରୁ ଅଶୋଧିତ ତେଲ ମହଙ୍ଗା ହେବାରେ ଲାଗିଛି । ଏହା ସାଙ୍ଗକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଟିକସର ବୋଝ ଯୋଗୁଁ ଆକାଶଛୁଆଁ ହେଉଛି ତେଲ ଦର ।