କଳିଯୁଗର ଦୌପଦୀ ! ଗୋଟିଏ ପରିବାରର ପାଞ୍ଚଭାଇକୁ ବିବାହ କରିଥିବା ମହିଳା ।

57

ଆପଣ ସମସ୍ତଙ୍କୁ ଜ୍ଞାତ ଥିବ ମହାଭାରତ କାଳରେ ଦୌପଦୀଙ୍କ ବିବାହ ପଞ୍ଚୁପାଣ୍ଡବଙ୍କ ସହ ସମ୍ପନ୍ନ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଅବିକଳ ଏହିଭଳି କାର୍ଯ୍ୟ କଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ଝିଅର କଥା କହିବାକୁ ଯାଉଛୁ ଯିଏ ଗୋଟିଏ ପରିବାରର ପାଞ୍ଚ ଭାଇଙ୍କୁ ବିବାହ କରିଛି । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସମ୍ପୁର୍ଣ୍ଣ ସତ୍ୟ । ଉତ୍ତରାଖଣ୍ଡରେ ରହୁଥିବା ରଜୋ ନାମକ ଏହି ଝିଅଟି ପାଞ୍ଚଭାଇଙ୍କୁ ବିବାହ କରିଛି । ପତ୍ନୀ ହୋଇଥିବା ଯୋଗୁଁ ରଜୋ ପାଞ୍ଚ ଭାଇଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହ ସମସ୍ତଙ୍କ ସହ ଶାରୀରିକ ସମ୍ବନ୍ଧ ମଧ୍ୟ ରଖିଛି । ରଜୋର ଏକ ଛୋଟ ପୁଅ ମଧ୍ୟ ଅଛି କିନ୍ତୁ ପୁଅର ବାପା ଏହି ପାଞ୍ଚଭାଇଙ୍କ ମଧ୍ୟରୁ କିଏ ତାହା ଜଣା ପଡିନାହିଁ । ଏଭଳି ସଂପର୍କରେ ଭାଇ ଭାଇଙ୍କ ମଧ୍ୟରେ କେବେ ମତାନ୍ତର କିମ୍ବା ମନାନ୍ତର ଦେଖାଦେଇନାହିଁ । ସବୁ ଭାଇ ମିଶି ରଜୋ ଏବଂ ପୁଅର ଯତ୍ନ ନେଇଥାନ୍ତି । ରଜୋଙ୍କୁ ଏହି ବିଷୟରେ ପଚରାଯିବାରୁ ସେ ପ୍ରତ୍ୟୁତ୍ତରରେ କହିଥିଲେ, “ ମୋର ପାଞ୍ଚ ସ୍ୱାମୀ ମୋତେ କେବେ ହତାଷ ହେବାକୁ ଦେଇନାହାନ୍ତି ଏବଂ ମୁଁ ମଧ୍ୟ ପାଞ୍ଚ ଭାଇଙ୍କୁ ବିବାହ କରି ଖୁବ୍ ଖୁସିରେ ଅଛି । ରଜୋ କହିବାନୁସାରେ ସେ ଆଇନ୍ କାନୁନ୍ ବିଷୟରେ ଅବଗତ ଅଛି । ଏଭଳି ବିବାହକୁ ଭାରତରେ ଦୃଢ ପ୍ରତିବାଦ କରାଯାଏ କିନ୍ତୁ ଉକ୍ତ ଅଞ୍ଚଳରେ ଝିଅଙ୍କ ସଂଖ୍ୟା କମ୍ ଥିବାରୁ ଏଭଳି ବିବାହ କରାଯାଏ । ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଉତ୍ତରାଖଣ୍ଡ ଏବଂ ତିବ୍ଦତ ଭଳି ଅଞ୍ଚଳରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଖୁବ୍ କମ୍ । ତେଣୁ ବିବାହ ପାଇଁ ସେଠାକାର ଅଧିବାସୀଙ୍କୁ ଏଭଳି ଅଜବ ପ୍ରଥାକୁ ଆପଣାଇବାକୁ ପଡିଥାଏ ।