ପୂଜାରେ ପାନୀୟ ଜଳ ନଷ୍ଟ କରିବାକୁ ବିରୋଧ କଲେ ବାବା ବଳିଆ ! ଭଗବାନଙ୍କୁ ଜଳ ସମର୍ପଣ କରି ନିଜେ ପିଅନ୍ତୁ ବୋଲି ଭକ୍ତଙ୍କୁ ଆହ୍ୱାନ ଦେଲେ ବାବା

128

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ପାନୀୟ ଜଳର ଉକ୍ରଟ ସମସ୍ୟା ଦେଖିବାକୁ ମିଳୁଛି । କେଉଁଠି ଲୋକେ ପାଣି ପାଇବା ପାଇଁ ରାତି ରାତି ଅନିଦ୍ରା ରହୁଛନ୍ତି ତ ପୁଣି କେଉଁଠି ନାଳ ପାଣିରେ ତୃର୍ଷ୍ଣା ମେଣ୍ଟାଉଛନ୍ତି । ତେଣୁ ଏଭଳି ସ୍ଥଳେ ପୂଜା ନାଁରେ ପାନୀୟ ଜଳ ନଷ୍ଟ କରିବାକୁ ବିରୋଧ କରିଛନ୍ତି ବାବା ବଳିଆ । ଦେଶ ଓ ରାଜ୍ୟରେ ଉକ୍ରଟ ପାନୀୟ ଜଳ ସମସ୍ୟା ରହିଥିବା ବେଳେ ଶିବ ଓ ଶନିଙ୍କ ନାଁରେ ପାଣି ଢାଳିବା ଅନ୍ଧବିଶ୍ୱାସ ବୋଲି ସେ କହିଛନ୍ତି ।

ଏନେଇ ଜନ ସଚେତନତା ଆବଶ୍ୟକ ଏବଂ ଭକ୍ତ ଭଗବାନଙ୍କୁ ଦର୍ଶନ କରନ୍ତୁ, ଭୋଗ ଲଗାନ୍ତୁ ଏବଂ ପାନୀୟ ଜଳ ସମର୍ପଣ କରି ନିଜେ ପିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବାବା ବଳିଆ । ଦିଅଁଙ୍କ ମୁଣ୍ଡରେ ପାଣି ଢାଳି ପାଣି ନଷ୍ଟ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।