ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର ! ଚଳନ୍ତା ଟ୍ରେନରେ ଅସୁବିଧା ହେଲେ କରନ୍ତୁ ଅଭିଯୋଗ, ସମସ୍ୟାର ତୁରନ୍ତ ହେବ ସମାଧାନ

61

ପାଟଣା : ଚଳନ୍ତା ଟ୍ରେନରେ ଚୋରୀ, ପକେଟମାର,ଅସଦାଚରଣ,ହତ୍ୟା ଆଦି ଖବର ବିଭିନ୍ନ ସମୟରେ ଶୁଣିବା ପାଇଁ ମିଳୁଛି । ତେବେ ଏବେ ଠାରୁ ଏପରି କିଛି ସମସ୍ୟା ସମ୍ମୁଖୀତ ହେବବେ ନାହିଁ ଯତ୍ରେୀ । ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ସବୁବେଳେ କିଛି ନାଁ କିଛି ପଦକ୍ଷେପ ନେଉଛି । ଯାତ୍ରୀମାନେ କିପରି ସୁବିଧାରେ ଯିବାଆସିବା କରିବେ ସେନେଇ ରେଳବାଇ ସଜାଗ ଥାଏ । ନୂଆ ବ୍ୟବସ୍ଥା ଅନୁସାରେ ଯଦି ଆପଣଙ୍କୁ ଚଳାନ୍ତା ଟ୍ରେନରେ କୌଣସି ଅସୁବିଧା ହେଉଛି, ତାହାର ସୂଚନା ଆପଣ ବଗିରେ ଉପସ୍ଥିତ ଥିବା ଟିଟିଇଙ୍କୁ ଦେଇପାରିବେ । ଆପଣଙ୍କ ଅଭିଯୋଗ ପରେ ଟିଟିଇ ସିଧା ସିଧା ରେଳୱେ କଣ୍ଟ୍ରୋଲ ରୁମକୁ ସମ୍ପର୍କ କରିବେ । ଆଗାମୀ ଷ୍ଟେସନ ପହଞ୍ଚିବା ପର୍ଯ୍ୟନ୍ତ ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ । ଏଥିପାଇଁ ଟିଟିଇଙ୍କୁ ଏକ ସିୟୁଜି ମୋବାଇଲ ନମ୍ବର ଯୋଗାଇ ଦିଆଯିବ । ଏନେଇ ରେଳୱେ ବୋର୍ଡ଼ ସବୁ ରେଳ ଜୋନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟିଟିଇଙ୍କୁ ସିୟୁଜି ନମ୍ବର ମିଳିବା ପରେ ଚଳନ୍ତା ଟ୍ରେନରେ ହେଉଥିବା ସମସ୍ୟାକୁ ଘଟଣାସ୍ଥଳରେ ହିଁ ସମାଧାନ କରାଯାଇ ପାରିବ ବୋଲି ଆଶା କରାଯାଉଛି । ଯଦି ଘଟଣାସ୍ଥଳରେ ସମସ୍ୟାର ସମାଧାନ ନହୁଏ, ତେବେ ଷ୍ଟେସନ ଅଧିକାରୀଙ୍କୁ ସୂଚନା ଦିଆଯିବ । ଯାହାଦ୍ୱାରା ଯାତ୍ରୀଙ୍କ ସମସ୍ୟାର ସମାଧାନ ହେବ । ସୂଚନାଯୋଗ୍ୟ ରେଳଯାତ୍ରୀଙ୍କର ଷ୍ଟେସନ ଠାରୁ ଆରମ୍ଭ କରି ଖାଦ୍ୟପେକ୍ଷ, ସୁରକ୍ଷା, ସଫାସୁତରା ସମ୍ମନ୍ଧିତ ଯଦି କିଛି ଅଭିଯୋଗ ଥାଏ, ତେବେ ଏନେଇ ରେଳୱେ ପ୍ରଶାସନ ଯାତ୍ରୀଙ୍କ ସୁବିଧା ପାଇଁ ଅଲଗା ଅଲଗା ଏସଏମଏସ୍ ନମ୍ବର ଜାରି କରିଛି । ଏହା ବ୍ୟତୀତ ଯାତ୍ରୀଙ୍କ ଅଭିଯୋଗ ପରେ ନିର୍ଦ୍ଧାରିତ ସମୟ ସୀମା ଭିତରେ ହିଁ ସମସ୍ୟାର ସମାଧାନ କରାଯିବ ବୋଲି ରେଳବାଇ ତରଫରୁ କୁହାଯାଇଛି ।

ବିଗତ ଦିନମାନଙ୍କରେ ରେଳଯାତ୍ରୀମାନେ ଭୋଗୁଥିବା ଅସୁବଧିାକୁ ନେଇ ଏପରି ପଦକ୍ଷେପ ନିଆଯାଇଛି । ରେଳେଓ୍ବ ଅଧିକାରୀଙ୍କ ଅନୁସାରେ ଟିଟିଇ ହିଁ ଯାତ୍ରୀଙ୍କ ସହ ସିଧା ସମ୍ପର୍କରେ ଥାଆନ୍ତି । ପୂର୍ବରୁ ଟ୍ରେନରେ କୌଣସି ପ୍ରକାର ଦୁର୍ଘଟଣା, ଅସୁସ୍ଥତା, ଜିନିଷ ଚୋରୀ, ଅସଦାଚରଣ ପରି ଘଟଣା ଘଟିଲେ ଯାତ୍ରୀ ଆସନ୍ତା ଷ୍ଟେସନ ଆସିବା ପରେ ହିଁ ଏହାର ସୂଚନା ଦେଇପାରୁଥିଲେ । ଆଉ ଏତିକି ସମୟ ଭିତରେ ଦୁବୃତ୍ତ ଖସି ପଳାଇବାରେ ସକ୍ଷମ ହେଉଥିଲେ । ଏପରିସ୍ଥଳେ ସମସ୍ୟାର ତୁରନ୍ତ ସମାଧାନ ହୋଇପାରେ ନାହିଁ । ଏପରି ଅସୁବିଧାକୁ ଦୃଷ୍ଟିରେ ରଖି ଏବେ ଟିଟିଇଙ୍କ ପାଖରେ ଯାତ୍ରୀ ଅଭିଯୋଗ କଲେ , ଟିଟଇି ତୁରନ୍ତା କଣ୍ଟ୍ରୋଲ ରୁମ ସହ ସମ୍ପର୍କ କରିପାରିବେ ଓ ଯାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବ ।

ଟିଟିଇଙ୍କୁ ରେଳୱେ ତରଫରୁ ସିୟୁଜି ନମ୍ବର ଦିଆଯିବ । ସେ ପୁରା ଦେଶର ରେଳୱେ ନମ୍ବରକୁ ମାଗଣାରେ କଥା ହୋଇପାରିବେ । ଏଥିପାଇଁ ସେମାନଙ୍କୁ ପ୍ରତି ମାସ ୩୦୦୦ ଙ୍କାର ଟକଟାଇମ୍ ଓ ଇଂଟରନେଟ୍ ସେବା ମଧ୍ୟ ଦିଆଯିବ । ଏହି ନମ୍ବର ସାହାଯ୍ୟରେ ଟିଟିଇ ଟ୍ରେନରେ କୌଣସିି ସନ୍ଦିଗ୍ଧ ଗତିବିଧ ବିଷୟରେ ମଦ୍ୟ ସୂଚନା ଦେଇପାରିବେ ।