ସୁପରଷ୍ଟାର ହେବା ପୂର୍ବରୁ ଅଟୋରିକ୍ସାରେ ପୋଷ୍ଟର ଲଗାଉଥିଲେ ଅମୀର ଖାନ୍ ! କାରଣ ଜାଣିଲେ ଆଶ୍ଚଯ୍ୟ ହେବେ

54

ବି-ଟାଉନରେ ନାଁ କମାଇବାକୁ କଳାକାରଙ୍କୁ ଅନେକ ସଂର୍ଘଷ କରିବାକୁ ପଡିଥାଏ । ବଡ ବଡ ସୁପରଷ୍ଟାର ମଧ୍ୟ ନିଜ କ୍ୟାରିଅର ଆରମ୍ଭରୁ ବଲିଉଡ ଜଗତରେ ତିଷ୍ଠି ରହିବା ପାଇଁ ବେଶ କଷ୍ଟ କରିଛନ୍ତି । ସେହଭଳି ଜଣେ ବଲିଉଡ ସୁପରଷ୍ଟାର ହେଉଛନ୍ତି ମିଷ୍ଟର ପରଫେକ୍ଟ ଅମୀର ଖାନ । କ୍ୟାରିଅର ଆରମ୍ଭରୁ ସେ ଏଭଳି କିଛି କାମ ଯାହା ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ ନିଶ୍ଚିତ ।

images (1)ବି-ଟାଉନର ମିଷ୍ଟର ପରଫେକ୍ଟ ହେଉଛନ୍ତି ଅମୀର ଖାନ । ବଲିଉଡରେ ତାଙ୍କର ଏତେ ଡିମାଣ୍ଡ ଯେ ତାଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ବର୍ଷ ବର୍ଷ ଅପେକ୍ଷା କରିଥାନ୍ତି ସିନେପ୍ରେମୀ । ଅଧିକାଂଶ ସୁପରହିଟ ଫିଲ୍ମର ନାୟକ ସାଜିଥିବା ଅମୀର ଏବେ ବଲିଉଡର ଜଣେ ଆଗଧାଡିର ନାୟକ । ତେବେ ଆଜି ଅମିର ଖାନ ସୁପରଷ୍ଟାର ହୋଇଥିଲେ ମଧ୍ୟ ଏଭଳି ଏକ ସମୟ ଥିଲା ଯେତେବେଳେ ଅମୀରଙ୍କୁ ଅଟୋ ରିକ୍ସା ପଛରେ ପୋଷ୍ଟର ଲଗାଇବାକୁ ପଡୁଥିଲା । ଆଉ ଏହି ପୋଷ୍ଟର ଲଗାଇବା ପାଇଁ ଅଟୋ ରିକ୍ସା ଚାଳକଙ୍କ ଠାରୁ ଗାଳି ମଧ୍ୟ ଶୁଣିବାକୁ ପଡିଥିଲା । ଅମୀର ପୁଣି ଅଟୋ ରିକ୍ସାରେ ପୋଷ୍ଟର ଲଗାଇବେ ଏକଥା ଅଧିକାଂଶ ଲୋକଙ୍କୁ ଆଶ୍ଚଯ୍ୟ କରୁଥିବ ନିଶ୍ଚୟ । ତେବେ ଏହା ପଛର କାରଣ କଣ ଜାଣିଛନ୍ତି ।

download

ଅମୀରଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା ହୋଲି । କିନ୍ତୁ ତାଙ୍କୁ ବି-ଟାଉନରେ ପରିଚୟ ଦେଇଥିଲା ଫିଲ୍ମ ‘କୟାମତ ସେ କୟାମତ ତକ’ । ୧୯୮୮ରେ ପରଦାକୁ ଆସିଥିବା କୟାମତ ସେ କୟାମତ ତକ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଥିଲା । ତେବେ ଏହା ସଫଳତା ପାଇଁ ଅମୀରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ଏହି ଫିଲ୍ମର ବଜେଟ କମ ଥିବାରୁ ଏହାର ପ୍ରମୋଶନର ଦାୟିତ୍ୱ ନେଇଥିଲେ ଲିଡ ଆକ୍ଟର ଅମୀର ଖାନ ଓ ସହଯୋଗୀ ଅଭିନେତା ରାଜେନ୍ଦ୍ରନାଥ ଜୁତଶୀ । ତେବେ ଫିଲ୍ମର ପ୍ରମୋଶନ ପାଇଁ ଏକ ନିଆରା ଉପାୟ ଆପଣାଇଥିଲେ ଅମୀର । ଏହି ଫିଲ୍ମ ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ଫିଲ୍ମର ପୋଷ୍ଟରକୁ ଅଟୋ ରିକ୍ସା ପଛରେ ଲଗାଇ ଏହାର ପ୍ରମୋଟ କରିଥିଲେ । ଅମୀରଙ୍କ ଏଭଳି କାର୍ଯ୍ୟ ପାଇଁ ଅନେକ ଅଟୋଚାଳକ ତାଙ୍କ ଉପରେ ମଧ୍ୟ ରାଗି ଯାଉଥିଲେ । ଏପରିକି ଜଣେ ଅଟୋ ଚାଳକ ଏତେ ରାଗି ଯାଇଥିଲେ ଯେ, ପୋଷ୍ଟର ଲଗାଇବା କାରଣରୁ ଅମୀରଙ୍କୁ ଖୁବ ଗାଳି କରିଥିଲେ । ସେ ଏହି ଫିଲ୍ମର ହିରୋ ବୋଲି କହିବା ପରେ ମଧ୍ୟ ଅନେକ ଅଟୋଚାଳକ ତାଙ୍କ କଥାକୁ ହସରେ ଉଡାଇ ଦେଉଥିଲେ । କିନ୍ତୁ ତାଙ୍କ ଅଟୋ ପଛରେ ପୋଷ୍ଟର ମାରୁଥିବା ଅଭିନେତା ଯେ ଦିନେ ବଲିଉଡର ସୁପରଷ୍ଟାର ହୋଇ ବାହାରିବ ସେକଥା କେହି କଳ୍ପନା ମଧ୍ୟ କରିନଥିଲେ ।

ଅମିରଙ୍କ ଏହି ଫିଲ୍ମ ବହୁତ ବଡ ହିଟ୍ ହୋଇଥିଲା । ଏଥିରେ ତାଙ୍କ ବିପକ୍ଷରେ ଜୁହି ଚାୱଲା ନଜର ଆସିଥିଲେ । ଏହି ଫିଲ୍ମକୁ ଅମିରଙ୍କ ଦାଦା ନାସିର ହୁସୈନ ପ୍ରଡ୍ୟୁସ କରିଥିବା ବେଳେ କାଜିନ ମଂସୁର ଖାନ ଏହାର ନିର୍ଦ୍ଦେଶକ ଥିଲେ । ଅମିରଙ୍କ ପିତା ତାହିର ହୁସୈନ ପ୍ରଥମେ ଚାହୁଁନଥିଲେ ଯେ ସେ ଫିଲ୍ମରେ କ୍ୟାରିୟର କରନ୍ତୁ । ସେ ତାଙ୍କୁ ଡକ୍ଟର କିମ୍ବା ଇଂଜିନିୟର କରିବାକୁ ଇଛା କରିଥିଲେ । କିନ୍ତୁ ପରେ ସେ ଅମିରଙ୍କୁ ଦାଦା ନାସିରଙ୍କୁ ସହେଯାଗ କରିବା ପାଇଁ ଅନୁମତି ଦେଇଥିଲେ । ଏହାପରେ ସେ ନିଦ୍ଦେଶନା ଛାଡି ଅଭିନୟକୁ ଆସିଥିଲେ ।ଏହାପରେ ସେ ବଲିଉଡରେ ଷ୍ଟାର ହୋଇ ଯାଇଥିଲେ ।