କମୁଛି କି ପପୁଙ୍କ ପପୁଲାରିଟି ! ବାଏ ବାଏ ଦୁବାଇ ପୋଷ୍ଟରରୁ ବିଦା ହେଲେ କମେଡି କିଙ୍ଗ୍

37

କନକ ବ୍ୟୁରୋ : ପୋଷ୍ଟରରୁ ପପୁ ଗାୟବ। ସବ୍ୟସାଚୀ-ଅର୍ଚ୍ଚିତା ଅଭିନୀତ ଆଗାମୀ ଫିଲ୍ମ ବାଏ ବାଏ ଦୁବାଇ ପୋଷ୍ଟରରୁ ହାସ୍ୟ ଅଭିନେତା ପପୁ ପମପମଙ୍କ ଫଟୋକୁ ବାଦ ଦିଆଯାଇଛି । ଫିଲ୍ମର ଫାଷ୍ଟ ଲୁକରେ ଫିଲ୍ମର ଲିଡ୍ ରୋଲରେ ଥିବା ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସହ ସ୍ଥାନ ପାଇଥିଲେ ବୁଦ୍ଧାଦିତ୍ୟ ଏବଂ କମେଡ଼ିଆନ୍ ପପୁ । ତେବେ ଫିଲ୍ମର ନୂଆ ପୋଷ୍ଟରରେ ପପୁଙ୍କ ଫଟୋକୁ ବାଦ୍ ଦିଆଯାଇଛି। ନୂଆ ପୋଷ୍ଟରରେ ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସହ କେବଳ ବୁଦ୍ଦାଦିତ୍ୟ ଅଛନ୍ତି।

ତେବେ କାହିଁକି ପପୁଙ୍କୁ ଏହି ନୂଆ ପୋଷ୍ଟରୁ ବାଦ ଦିଆଗଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପପୁଙ୍କ ନାଁରେ କାଷ୍ଟିଂକାଉଚ୍ ଅଭିଯୋଗ ଆସିବା ପରେ କୌଣସି ରିସ୍କ ନେବାକୁ ଚାହୁଁ ନାହାଁନ୍ତି କି ପ୍ରଯୋଜନା ସଂସ୍ଥା । ପପୁଙ୍କୁ ପୋଷ୍ଟରୁ ବାଦ ଦେଇ ପ୍ରଯୋଜନା ସଂସ୍ଥା କି ପ୍ରକାର ବାର୍ତା ଦେବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଭଳି ଅନେକ ପ୍ରଶ୍ନ ଏବେ ଓଡ଼ିଆ ଫିଲ୍ମ ପ୍ରଶଂସକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। କାଷ୍ଟିଂକାଉଚ୍ ଅଭିଯୋଗ ଆସିବା ପରେ ପପୁଙ୍କ ଅଭିନୟ କ୍ୟାରିୟର ଭବିଷ୍ୟତ କଣ ହେବ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ଛିଡ଼ା ହୋଇଛି।