ଆଜିଠୁ ଆରମ୍ଭ ହୋଇଛି ପଂଚୁକ ବ୍ରତ : ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତକୁ ଦର୍ଶନ ଦେଲେ ଶ୍ରୀଜିଉ

152

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜିଠୁ ଆରମ୍ଭ ହୋଇଛି ପଂଚୁକ ବ୍ରତ । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଂଚଳ ହୋଇପଡିଛି । ଆଜି ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମାସସାରା ରାଧା ଦାମୋଦର ବେଶରେ ଚଉରାମୂଳରେ ହବିଷ୍ୟାଳି ମାନେ ପୂଜା କରୁଥିବା ବେଳେ ଆଜିଠୁ ଲକ୍ଷ୍ମୀ ନାରାୟଣ ବେଶରେ ପୂଜା କରିଛନ୍ତି । ପଂଚୁକ ନେଇ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।