ନୟାଗଡ ଜିଲ୍ଲାରେ ନିର୍ବାଚନୀ ହିଂସା ! ବିଜେଡି କର୍ମୀଙ୍କ ଆକ୍ରମଣରେ ଗର୍ଭବତୀ ମହିଳା ଆହତ ଅଭିଯୋଗ

41

କନକ ବ୍ୟୁରୋ : ବିଜେଡି କର୍ମୀଙ୍କ ଆକ୍ରମଣରେ ଗର୍ଭବତୀ ମହିଳା ଆହତ । ଏଭଳି ଏକ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ବାଙ୍କପୁର ଗାଁରୁ । ଅନ୍ୟ ଦଳ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗର୍ଭବତୀ ମହିଳା ଜଣକ ବର୍ତମାନ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇଛନ୍ତି ।

ସସ୍ମିତା ବେହେରା ଏବଂ ତାଙ୍କ ସ୍ୱାମୀ ବିଜୟ ବେହେରା ବିଜେପିରେ ଭୋଟ ଦେଇଥିବାରୁ ବିଜେଡିର ସମିତିସଭ୍ୟ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ସସ୍ମିତାଙ୍କ ପେଟକୁ ଗୋଇଠା ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବିଜେଡିର ପୂର୍ବତନ ଚେୟାରମ୍ୟାନ କାଳୁ ପଟ୍ଟନାୟକ, ବର୍ତମାନର ସରପଂଚ ସୁକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି ।