ଗୋଲଡେନ ଟ୍ରାଇଙ୍ଗେଲ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ ! ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରରେ ହେବ ଆରମ୍ଭ

25

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଗୋଲଡେନ ଟ୍ରାଇଙ୍ଗେଲ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ । ସ୍ଥାନୀୟ ଇଡିକଲ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ୧୧ଟି ବିଦେଶୀ ଚଳଚ୍ଚିତ୍ର ସ୍ଥାନ ପାଇବା ସହିତ ତେଲଗୁ, ତାଲିମ, ବେଙ୍ଗଲି, ହିନ୍ଦି ଆଦି ୩୭ଟି କଳାତ୍ମକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ଏଥିସହିତ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ୨୫ ତାରଖରେ ଏହି ଉତ୍ସବ ଉଦଯାପିତ ହେବ । ଉଦ୍ୟାପନୀ ଦିବସରେ ବଲିଉଡ ଗାୟକ ବିନୋଦ ରାଠୋଡ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।