ଅବ୍ୟବସ୍ଥା ମଧ୍ୟରେ ପାଲଲହଡା ଆଦର୍ଶ ବିଦ୍ୟାଳୟ : ସମସ୍ୟା ଘେରରେ ୧୬୦ ଛାତ୍ରଛାତ୍ରୀ !

122

କନକ ବ୍ୟୁରୋ : ରାଜ୍ୟ ସରକାର ପିଲାମାନଙ୍କୁ ଭଲ ଭାବରେ ପାଠପଢାଇବା ପାଇଁ ଅନେକ ଯୋଜନା କରିୁଛନ୍ତ । ଇଂରାଜୀ ମାଧ୍ୟମର ପିଲାମାନଙ୍କ ସହ ଓଡିଆ ପିଲାମାନେ କିପରି ଭାବରେ ପ୍ରତିଦ୍ୱନ୍ଦି କରିବେ ସେଥିଲାଗି ରାଜ୍ୟ ସରକାର ଅନେକ ଗୁଡିଏ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି । ତେବେ ସେହି ଆଦର୍ଶ ବିଦ୍ୟାଳୟ ଗୁଡିକ ରାଜ୍ୟରେ କିପରି ଭାବରେ ଚାଲୁଛି ତାହାର କୈାଣସି ସୂଚନା ରାଜ୍ୟ ସରକାରଙ୍କ ପାଖରେ ନଥିବା ଭଳି ମନେ ହେଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏଠାରେ ଯୋଡିହୋଇ ରହିଛି । ତେବେ ପାଲଲହଡାରେ ଥିବା ଏକ ଆଦର୍ଶ ବିଦ୍ୟାଳୟର ନଗ୍ନ ଛବି ଦେଖିବାକୁ ମିଳିଛି । ପାଲଲହଡା ଟାଉନ ଉପକଣ୍ଠ ସୁବର୍ଣ୍ଣପାଲିଠାରେ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ୨୦୧୭ ମସିହାରେ ସରକାର ଏଠାରେ ଏକ ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ । ଏଠାରେ ପ୍ରଥମ ବର୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୧୬୦ ପିଲା ପାଠ ପଢିଥିଲେ ।

ଯେହେତୁ ଏହାଏକ ସରକାରୀ ବିଦ୍ୟାଳୟ ତେଣୁ ଭଲପାଠ ପଢା ଉଦ୍ଦେଶ୍ୟ ରଖି ଏଠାରେ ଅନେକ ପିଲା ପାଠ ପଢୁଛନ୍ତି । ପ୍ରଥମେ ପାଠ ପଢା ମଧ୍ୟ ଉତ୍ତମ ଭାବରେ ହୋଇଥିଲା । କିନ୍ତୁ ପରେ ପରେ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ ଅଧା ଖଣ୍ଡିଆ ଅବସ୍ଥାରେ ପଡିରହିଛି । ଏହି ବିଦ୍ୟାଳୟରେ ଢେଙ୍କାନାଳ, ତାଳଚେର, ସୁନ୍ଦରଗଡ, ଅନୁଗୋଳ, କାମାକ୍ଷା ନଗର, ତେଲେକୋଇ, ବାରକୋଟ,ବଣାଇଁ ଓ ରେଙ୍ଗାଳୀ ଆଦି ଅନେକ ଦୂର ଦୂର ସ୍ଥାନରୁ ପିଲାମାନେ ଏଠାରେ ପାଠ ପଢିବା ପାଇଁ ଆସନ୍ତି । କିନ୍ତୁ ଏଠାରେ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ପିଲାମାନେ ପାଇପାରୁନାହାନ୍ତି । ପିଲାମାନେ ଛାତ୍ରାବାସାର ସୁବିଧା ପାଇପାରୁନଥିବାରୁ ପ୍ରତ୍ୟେକ ଦିନ ବାହାରୁ ଘରୋଇ ବସରେ ଯିବା ଆସିବା କରୁଛନ୍ତି ତେଣୁ ପିଲାମାନଙ୍କ ମାସିକ ପାଖାପାଖି ତିନିରୁ ଚାରି ହଜାର ଟଙ୍କା ଖର୍ଚ୍ଚ ହେଉଛି । ଯାହାଲାଗି ଅନେକ ଅସୁବିଧାର ସମ୍ମୁଖୀନର ହେଉଛନ୍ତି ପିଲାମାନେ । ତେବେ ଛାତ୍ରାବାସାର କାମ କେବେ ସରିବ ସେନେଇ ବିଦ୍ୟାଳୟର କୈାଣସି କର୍ମଚାରୀ ସୂଚନା ଦେଇନାହାନ୍ତି । ତୁରନ୍ତ ଏହାର ସମାଧାନ କରିବା ପାଇଁ ପିଲାମାନେ ଦାବୀ କରିବା ସହ କିପରି ଭଳ ଭାବରେ ବିଦ୍ୟାଳୟରେ ପାଠପଢା ହେବ ସେନେଇ ଉଚିତ ପଦକ୍ଷେପ ନେବାପାଇଁ କର୍ତ୍ତୃପକ୍ଷଙ୍କୁ ଏକ ଦାବୀ ପତ୍ର ଦେଇଥିବା ଜଣାପଡିଛି ।