ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ସ୍ଥିତି ! ପାକିସ୍ତାନ ପଟରୁ ହେଉଛି ଗୁଳିବର୍ଷା, ଭାରତର କଡା ଜବାବରେ ୮ ପାକ୍ ରେଞ୍ଜର୍ସ ନିହତ

22

କନକ ବ୍ୟୁରୋ : ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଭୟଙ୍କର ସ୍ଥିତି । ସୀମାରେ ପାକିସ୍ତାନର ମୋର୍ଟାରମାଡ ଓ ଗୁଳିବିନିମୟ ଜାରି ରହିଛି । ଆଉ ଏହାର କଡା ଜବାବ ଦେଉଛି ଭାରତ । ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲଘଂନର କଡା ଜବାବ ଦେଇଛି ବିଏସଏଫ୍ । ଗତକାଲି ରାତିରେ ସୀମାରେ ବିଏସଫର ୩୫ ପୋଷ୍ଟକୁ ଟର୍ଗେଟ କରିଛି ପାକିସ୍ତାନ । ପାକିସ୍ତାନୀ ରେଞ୍ଜର୍ସ ଭାରତୀୟ ଯବାନ ଓ ନାଗରିକଙ୍କ ଉପରେ ଲଗାତାର ମୋର୍ଟାର ମାଡ କରୁଛନ୍ତି । ଜମ୍ମୁକଶ୍ମୀରର ଆରଏସପୁରା, ଅରଣ୍ୟା, ଅଖନୁର, ସୁଚେତଗଡ ଭଳି ସୀମାନ୍ତ ଅଂଚଳରେ ଲଗାତାର ଅସ୍ତ୍ରବିରତି ଉଲଘଂନ କରି ଗୁଳି ଓ ମୋର୍ଟାର ମାଡ ଜାରି ରଖିଛି । ସୀମାବର୍ତି ଗାଁରେ ଜନବସତିକୁ ଟାର୍ଗେଟ କରି ମୋର୍ଟାର ମାଡ କରୁଛି ପାକ୍ ସେନା । ଏହାର ମୁହଁତୋଡ ଜବାବ ଦେଇଛି ଭାରତୀୟ ସୀମା ସୁରକ୍ଷା ବଳ ।

28bsf1ପାକିସ୍ତାନର ଗୁଳିଗୋଳା ମାଡରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ପ୍ରାଣହାନୀ ଘଟିଛି । ସେପଟେ ବିଏସଏଫର ପାଲଟା ଗୁଳି ମାଡରେ ୮ପାକିସ୍ତାନ ରେଞ୍ଜର୍ସ ନିହତ ହୋଇଛନ୍ତି । ପାକିସ୍ତାନର ସକରଗଡ ଓ ସିଆଲକୋଟ ସ୍ଥିତ ସେନା ଶିବିରକୁ ଭାରତୀୟ ଯବାନ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । କ୍ରମାଗତ ତୃତୀୟ ଦିନ ପାଇଁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ତେବେ ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲଂଘନ କରୁଥିବା ବେଳେ ସୀମାବର୍ତୀ ଗାଁରେ ହାଇ ଆର୍ଲଟ ଜାରି କରାଯାଇଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୀମାବର୍ତୀ ଅଂଚଳଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ପୋଲିସ ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୁରକ୍ଷାକାରଣରୁ ସୀମା ଅଂଚଳରେ ହାଇଆଲର୍ଟ ଜାରି କରିଛି । ସୀମାନ୍ତରେ ରହୁଥିବା ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ହଜାର ହଜାର ଲୋକ ଏବେ ପାକିସ୍ତାନର ଏପରି କାଣ୍ଡ ଯୋଗୁଁ ବାଧ୍ୟ ହୋଇ ଭିଟାମାଟି ଛାଡି ଅନ୍ୟ ସ୍ଥାନକୁ ଯାଇଛନ୍ତି । ସୀମାଠାରୁ ୫ କିଲୋମିଟର ଦୂରତାରେ ଥିବା ସମସ୍ତ ସ୍କୁଲ କଲେଜକୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ଆରପଟେ ପୁଂଛ ଓ କଠୁଆରେ ମେଡିକାଲ ସେବାକୁ ଆର୍ଲଟ କରାଯାଇଛି । ପାକିସ୍ଥାନର ଏପରି କାମକୁ କଡା ସମାଲୋଚନା କରିଛନ୍ତି ବିଶେଷଜ୍ଞ ।

ଆନ୍ତର୍ଜାତିକ ଓ ଆଭ୍ୟନ୍ତରିଣ ଚାପରେ ବିଚଳିତ ହୋଇ ପାକ୍ ସେନା ଏଭଳି କାଣ୍ଡ ଭିଆଉଛି । ଏହାର କଡା ଜବାବ ଦେବାକୁ ଭାରତ ସକ୍ଷମ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । ଅନ୍ୟପଟେ ଭାରତରେ ଥିବା ପାକ୍ ହାଇକମିଶନରଙ୍କୁ ଭାରତ ସରକାର ସମନ ଜାରି କରି ଥିବା ଜଣାପଡିଛି ।