ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲରେ ମିଳିଲାନାହିଁ ଶୋଇବା ବିଛଣା ! କେବଳ ଫ୍ୟାନରେ ଶୋଉଥିବା ନେଇ ଓକିଲଙ୍କ ପାଖରେ କଲେ ଅଭିଯୋଗ

34

କନକ ବ୍ୟୁରୋ : ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଓ ତାଙ୍କ ଝିଅଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ସରିଫଙ୍କୁ ୧୦ ବର୍ଷ ଓ ତାଙ୍କ ଝିଅକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସରିଫ ଲଣ୍ଡନରୁ ଫେରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ତାଙ୍କୁ ବିମାନବନ୍ଦରରୁ ହିଁ ଗିରଫ କରାଯାଇଥିଲା । ଉଭୟଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲରେ ରଖାଯାଇଛି । ସରିଫ୍ ଓ ତାଙ୍କ ଝିଅକୁ ଭିଆଇପିଙ୍କୁ ମିଳୁଥିବା ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କିନ୍ତୁ ସରିଫ୍ ସୂଚନା ଦେଇଛନ୍ତି ଯେ, ତାଙ୍କୁ କୌଣସି ଭିଆଇପିଙ୍କୁ ମିଳୁଥିବା ସୁବିଧା ସୁଯୋଗ ମିଳୁନାହିଁ । ତେବେ ଏହି ଘଟଣା ବିଷୟରେ ସରିଫ ଶନିବାର ଦିନ ସେଠାକାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟି ଏହା କହିଥିବା ଜଣାପଡିଛି । ଏହାସହ ସରିଫ କହିଛନ୍ତି ଯେ, ମତେ ଖବରକାଗଜ ପଢିବା ପାଇଁ ମଧ୍ୟ ଦିଆଯାଉନାହିଁ ଏବଂ ମତେ ଶୋଇବା ପାଇଁ ଏକ ଗଦୀ ଦେଇଛନ୍ତି କିନ୍ତୁ ସେ ବିଛଣା ଶୋଇବା ପାଇଁ ଉପଯୁକ୍ତ ନୁହେଁ । ଏତେମାତ୍ରାରେ ମଇଳା ହୋଇଛି କି ସେଠାରେ ବସିବାପାଇଁ ମଧ୍ୟ ଇଚ୍ଛା ହେଉନାହିଁ ।

ତେବେ ଏହି ଜେଲରେ ସରିଫଙ୍କ ଝିଅ ମଧ୍ୟ ରହୁଛନ୍ତି । ତାଙ୍କୁ ମହିଳା କାରାଗାରରେ ରଖାଯାଇଛି । ସେମାନଙ୍କୁ କାହାରି ସହ ଦେଖାକରିବା ଲାଗି ନ ଦିଆଯିବା ସହ କେବଳ ସେମାନେ ନିଜର ଓକିଲଙ୍କ ସହ ଦେଖା କରୁଛନ୍ତି । କିନ୍ତୁ ସରିଫଙ୍କ ଝିଅ ଭିଆଇପିଙ୍କୁ ମିଳୁଥିବା ସୁବିଧା ନେବାଲାଗି ଇଚ୍ଛା କରୁନଥିବା ଜଣାପଡିଛି । ପାକିସ୍ଥାନ ମୁସଲିମ ଲିଗ ଦଳ ପକ୍ଷରୁ କୁହାଯାଇଛି ଯେ, ସରିଫଙ୍କ ଝିଅକୁ ଭିଆଇପି ସୁବିଧା ଦେବାପାଇଁ ଏକ ପତ୍ର ଜେଲ କର୍ତ୍ତୃପକ୍ଷଙ୍କ ନିକଟକୁ ଲେଖିବା ପାଇଁ ପଡିବ । ଏହା ଜାଣିବାପରେ ସେ ମନାକରିଦେଇଥିଲେ କୌଣସି ସ୍ପେଶାଲ ସୁବିଧା ମତେ ଦରକାର ନାହିଁ ବୋଲି ସେ ସରିଫଙ୍କ ଝିଅ କହିଥିବା ଜଣାପଡିଛି । ଏହି କଥା ପାକିସ୍ଥାନ ମୁସଲିମ ଲିଗ ଦଳ ସୋସିଆଲ ମିଡିଆରେ ଛାଡିଥିବା ଦେଖାଯାଇଛି ।

ପ୍ରକାଶ ଥାଉକି କୋର୍ଟ ଉଭୟଙ୍କୁ ଦେଷୀ ସାବ୍ୟସ୍ତ କଲାପରେ ଗତ ଶୁକ୍ରବାର ଦିନ ଉଭୟ ଲଣ୍ଡନରୁ ଫେରିଥିଲେ । ପରେ ଶନିବାର ଦିନ ସରିଫ ଓ ତାଙ୍କ ଝିଅଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଜଣାପଡିଛି ସରିଫ କୋର୍ଟର ଫଇସଲା ଉପରେ ଆଉଥରେ ବିଚାର କରିବାପାଇଁ ସୋମବାର ଆବେଦନ କରିବେ । ସୋମବାର କୋର୍ଟରେ ଆବେଦନ ପରେ ଏହା ଜଣାପଡିବ ଯେ, ସେମାନେ ଜେଲରେ ରହିବେ ନା କୋର୍ଟ ସେମାନଙ୍କୁ ବେଲ ଦେଇଦେବେ । ସୋମବାର କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଥିବା ଜଣାପଡିଛି । କିନ୍ତୁ ସରିଫ କହିଛନ୍ତି ମୋର କୈାଣସି ଭ୍ରଷ୍ଟାଚାରରେ ହାତ ନାହିଁ ତେଣୁ କୋର୍ଟ ଆମକୁ ନିଶ୍ଚିତ ଭାବରେ ବେଲ ଦେବେ । ଯେଉଁମାନେ ମତେ ଫସାଇଛନ୍ତି ସେମାନେ କେବେ ବି ଆଇନ ହାତରୁ ଖସି ପାରିବେ ନାହିଁ ବୋଲି ସରିଫ ନିଜ ପ୍ରତିକ୍ରିୟାରେ କହିଛନ୍ତି ।