ରାହୁଲ ଗାନ୍ଧିଙ୍କ ଚିଠିର ରିପୋର୍ଟ ଦେବ ପିସିସି : ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବୈଠକ

29

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେବ ରାଜ୍ୟ କଂଗ୍ରେସ । ଏନେଇ ଆଜି କଂଗ୍ରେସ ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଚିରଞ୍ଜୀବ ବିଶ୍ୱାଳ , ନବ ଦାସ, ଆଇସିସି ସମ୍ପାଦକ ରୁଦ୍ର ରାଜୁ ଉପସ୍ଥିତରେ ଆଲୋଚନା ହୋଇଛି । ୯ଟି ପ୍ରସଙ୍ଗରେ ତଥ୍ୟ ଦେବାକୁ ରିପୋର୍ଟ ମାଗିଥିଲେ ରାହୁଲ ଗାନ୍ଧି ।

ଏଠାରେ ଆମେ କହି ରଖୁଛୁ କି, ୨୦୧୯ ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ, ରାଜ୍ୟ ପିସିସିଙ୍କୁ ତଥ୍ୟ ମାଗିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଯେଉଁଥିରେ ଜୁଲାଇ ୧୫ ତାରିଖ ସୁଦ୍ଧା ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିକୁ ଦେବାକୁ କୁହାଯାଇଥିଲା । ବିଶେଷ କରି ଦଳ ପାଇଁ କେଉଁ ନେତା ଗୁରୁତ୍ୱପୂଣ୍ଣ, କିଏ ଦଳକୁ ଜିତାଇପାରିବେ ଏବଂ ନିର୍ବାଚନ ପାଇଁ ବୁଥ୍ ସ୍ତରରେ କଂଗ୍ରେସ କେତେ ପ୍ରସ୍ତୁତ , ସେନେଇ ରିପୋର୍ଟ ମଗାଯାଇଥିଲା । ଏନେଇ ଆଜି ପ୍ରଦେଶ କଂଗ୍ରେସ ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।