ଆତଙ୍କର ସମ୍ରାଟକୁ ଆଉ ତ୍ରାହି ନାହିଁ ! ମାସୁଦ ଅଜହର ବିରୋଧରେ ପାକ୍ ନେବ କଡ଼ା କାର୍ଯ୍ୟାନୁଷ୍ଠାନ

246

କନକ ବ୍ୟୁରୋ : ଆତଙ୍କର ସମ୍ରାଟ ମାସୁଦ ଅଜହର ଆଉ ବଂଚିପାରିବ ନାହିଁ । ସୂଚନା ଅନୁସାରେ ପକାସ୍ତାନର ମାସୁଦ ଅଜହର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଖବର ଅନୁସାରେ ପାକିସ୍ତାନର ୟୁଏନରେ ମାସୁଦ ଅଜହରରକୁ ବ୍ୟାନ କରାଯାଇଥିବା ପ୍ରସ୍ତାବକୁ ବରୋଧ କରିବ ନାହିଁ । ଏହାପରେ ପ୍ରଶ୍ନ ଉଠୁଛି କ’ଣ ପାକିସ୍ତାନ ମାସୁଦ ଠାରୁ ହାତ ଛଡ଼ାଇବା ପାଇଁ ଚାହୁଁଛି ? ମାସୁଦ ପାକିସ୍ତାନ ପାଇଁ ବୋଝ ହୋଇପଡ଼ିଛି କି ?

ପୁଲୱାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ପରେ ମସୁଦ ଅଜହରକୁ ଆଉ ତ୍ରାହି ମିଳିବ ନାହିଁ । ମାସୁଦ ଅଜହରକୁ ଆଉ ପାକିସ୍ତାନ ବଂଚାଇବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏବେ କାଠକଡ଼ାକୁ ଯିବ ମାସୁଦ ଅଜହର । ପାକିସ୍ତାନରେ ଆଉ ଖୋଲାଖୋଲି ଭାବେ ବିଚରଣ କରିପାରିବ ନାହିଁ ଆତଙ୍କୀ ଅଜହର । ସଂଗଠନର ସବୁ ଖାତା ସିଲ ହୋଇଯିବ । ଜୈଶକୁ ମିଳୁଥିବା ପାଂଠି ମଧ୍ୟ ବନ୍ଦ ହୋଇଯବ । ମାସୁଦର ଜୀବନ ପ୍ରତି ବିପଦ ଅଧିକ ବଢ଼ିଯିବ ।

ତେବେ ଆତଙ୍କବାଦୀ ବିରୋଧରେ ଭାରତର ଏୟାରଷ୍ଟ୍ରାଇକ ପରେ ଏହା ପାକିସ୍ତାନର ଏକ ଚାଲ ବି ହୋଇପାରେ ବୋଲି କୁହାଯାଉଛି । ୨୧/୧୧ ଆକ୍ରମଣ ପରେ ଯେଉଁ ରଣନୀତି ଆପଣାଇଥିଲା ସେପରି କିଛି କରିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଆଇଏସଆଇ ପାକିସ୍ତାନରେ ରହୁଥବା ଆତଙ୍କବାଦୀଙ୍କୁ ଭାରତ ବିରୋଧରେ ବ୍ୟବହର କରେ । ଆଉ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବଳ ଲୋକଦେଖାଣିଆ ବୋଲି ଆଶଙ୍କା କରାଯାଉଛି ।