ମଞ୍ଚରେ ପହଞ୍ଚି ବିଜେପିର ବରିଷ୍ଠ ନେତାଙ୍କ ପାଦ ଛୁଇଁଲେ ମୋଦି ! ଜନତା କହିଲେ ଗୋଟିଏ ହୃଦୟକୁ ଜିତିବ କେତେଥର?

ମଞ୍ଚରେ ପହଞ୍ଚି ବିଜେପିର ବରିଷ୍ଠ ନେତାଙ୍କ ପାଦ ଛୁଇଁଲେ ମୋଦି

237

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମାରୋହରେ ଯୋଗ ଦେବା ଲାଗି ଗୁଜୁରାଟ ଗସ୍ତରେ ଯାଇଛନ୍ତି । ତେବେ ଏହି ଗସ୍ତରେ ସମୟରେ ବିଜେପି ନେତା କେଶୁଭାଇ ପଟେଲଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ନରେନ୍ଦ୍ର ମୋଦି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମୋଦି ମଞ୍ଚ ଉପରେ ପହଞ୍ଚିବା କ୍ଷଣି ସେଠାରେ ପୂର୍ବରୁ ଉପସ୍ଥିତ ଥିବା କେଶୁଭାଇ ପଟେଲଙ୍କୁ ନମସ୍କାର କରିଥିଲେ । ତେବେ ମୋଦି ତାଙ୍କୁ ନମସ୍କାର କରିବା ପରେ ସେ ମଧ୍ୟ ମୋଦିଙ୍କୁ ଆଲିଗଂନ କରିଥିଲେ । ଏହାପରେ ସେ ତାଙ୍କ ସହ କିଛି ସମୟ ପର୍ଯ୍ୟନ୍ତ ବାର୍ତାଆଳାପ ମଧ୍ୟ କରିଥିଲେ ।

ଏହି ସମୟରେ ସେଠାରେ ଥିବା ଲୋକମାନେ ମଧ୍ୟ ମୋଦି ଜଣେ ବରିଷ୍ଠ ବିଜେପି ନେତାଙ୍କୁ ଏପରି ନମସ୍କାର କରିବାକୁ ପ୍ରଶଂସା କରିଥିଲେ । ତେବେ ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ନେଇ ସାଧାରଣ ଜନତା ଅନେକ କମେଣ୍ଟ କରିଥିବା ସୂଚନା ମିଳିଛି । ତେବେ ଜଣେ ବ୍ୟକ୍ତି କମେଣ୍ଟର ଲେଖିଛନ୍ତି ଯେ, ଜଣଙ୍କ ହୃଦୟକୁ କେତେଥର ଜିତିବେ ମୋଦି? ମୋଦି ଗୁଜୁରାଟ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ମେଟ୍ରୋ ଟ୍ରେନର ଚଳାଚଳ ମଧ୍ୟ ଆରମ୍ଭ କରିଥିଲେ । ମୋଦି ଏକ ଜନସଭାରେ ବିରୋଧୀମାନେ ଏୟାରଷ୍ଟ୍ରାଇକ ଉପରେ ପଚାରୁଥିବା ପ୍ରଶ୍ନର ଉତର ମଧ୍ୟ ରଖିଛନ୍ତି ମୋଦି । ତେବେ ମୋଦି କେଶୁଭାଇଙ୍କ ପାଦ ଛୁଇଁବା ପୂର୍ବରୁ ଅଦାଲାଜର ଅନାପୂର୍ଣ୍ଣମ ଧାମରେ ପୂଜାର୍ଚ୍ଚନା କରିଥିଲେ ।