ମୁମ୍ବାଇରେ ଥିବା ମହମ୍ମଦ ଜିନ୍ନାଙ୍କ ବାସଭବନର ମାଲିକାନା ହସ୍ତାନ୍ତରଣ କରିବାକୁ ଭାରତ ପାଖରେ ପାକିସ୍ତାନର ଦାବି !

26

କନକ ବ୍ୟୁରୋ : ମୁମ୍ବାଇରେ ଥିବା ମହମ୍ମଦ ଜିନ୍ନାଙ୍କ ବାସଭବନର ମାଲିକାନା ହସ୍ତାନ୍ତରଣ କରିବାକୁ ଭାରତ ପାଖରେ ଦାବି କରିଛି ପାକିସ୍ତାନ । ମୁମ୍ବାଇର ମାଲାବାର ହିଲରେ ଅଢେଇ ଏକର ଜମିରେ ନିର୍ମିତ ଜିନ୍ନା ବଙ୍ଗଲାର ମୂଲ୍ୟ ୪୦କୋଟି ଆମେରିକୀୟ ଡଲାର ବୋଲି କୁହାଯାଏ । ଏହି ଅଟ୍ଟାଳିକାକୁ ଭାଙ୍ଗି ସେଠାରେ ମହାରାଷ୍ଟ୍ର ସାଂସ୍କୃତିକ କେନ୍ଦ୍ର ଖୋଲିବାକୁ ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ଦାବି କରିଥିଲେ ।

ଜିନ୍ନାଙ୍କ ବଙ୍ଗଳାକୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ନେଇ ବିଚାର କରୁଥିବା ଜାଣିବା ପରେ ପାକିସ୍ତାନ ଏହାକୁ କିଣିବାକୁ ପ୍ରସ୍ତାବ ଦେଇଛି । ପୂର୍ବରୁ ମଧ୍ୟ ପାକିସ୍ତାନ ସରକାର ସେଠାରେ ଦୂତାବାସ କରିବାକୁ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ଭାରତ ସରକାର । ୨୦୦୭ରେ ଜିନାଙ୍କ ଝିଅ ଦିନା ବାଡିୟା ମୁମ୍ବାଇ ହାଇକୋର୍ଟରେ ମାମଲା ରୁଜୁ କରି ବଙ୍ଗଳାର ମାଲିକାନା ତାଙ୍କୁ ଦେବାକୁ ଅନୁରୋଧ କରିଥିଲେ । କୁହାଯାଏ ଜିନ୍ନାଙ୍କ ଏହି ବଙ୍ଗଳାରେ ଭାରତ-ପାକିସ୍ତାନ ବିଭାଜନର ଷଡଯନ୍ତ୍ର କରାଯାଇଥିଲା